ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ (AICCTU) ପକ୍ଷରୁ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

0
36
ମଧ୍ୟାହ୍ନ ଭୋଜନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୪/୨) : ଆଜି ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ (AICCTU)ଏକଟୁ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁଣପୁର ତହସିଲ ଅନ୍ତର୍ଗତ ସଙ୍ଗିତ କଳା ନିକେତନ ନିକଟରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2024 02 04 at 19.34.19 ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ (AICCTU) ପକ୍ଷରୁ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା , ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମଇ ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରିବା, ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭଲୁ ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତରାଧିକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରିବା, ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି କରିବା, ପିଲାସଂଖ୍ୟା କମ ଦର୍ଶାଇ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି କରିବା, ଅବସରକାଳୀନ ବୟସ ସୀମା ୬୫କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ ।

ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ମଧ୍ୟାନ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ଯବସ୍ଥା, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା । ପାଚିକା ମାନଙ୍କର ଗତ ୪ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା ଅବସରକାଳୀନ ସହଯୋଗ ରାଶିକୁ ୫୦ ହଜାର ଟଙ୍କା ପ୍ରଦାନ କରିବା , ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ ।

ଶ୍ରମିକ, କର୍ମଋରୀ ବିରୋଧ ଶ୍ରମ କୋଡକୁ ବାତିଲ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି, ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା ଆଦି ମୁଖ୍ୟ ଦାବି ରହିଥିଲା । ଆଜିର ଏହି ବୈଠକକୁ ଉପଦେଷ୍ଟା ତ୍ରୀପତି ଗମାଙ୍ଗ ପୌରହିତ୍ୟ କରିଥିବା ବେଳେ ମୁନି ଶବର, ମୁକ୍ତିଲତା ଶବର, ଜକେବଲ ଶବର, ଜିବନ୍ତି ଗମାଙ୍ଗ, ଚନ୍ଦ୍ରାବତୀ ଶବର, ଗିତନି ଶବର, ମାଧୁରୀ ଗୌଡ, ଗିରି ଗୌଡ, ସରୋଜନି ଗୌଡ, ରଶ୍ମୀତା ଦାସ ପ୍ରମୁଖ ସହଯୋଗ କରିଥିଲେ ।