ସାମ୍ବାଦିକତା ତାଲିମ ରେ ସବୁବର୍ଗଙ୍କୁ ସାମିଲ କରାଯାଉ : ପ୍ରେସ ୟୁନିୟନ ରାୟଗଡା

0
230

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୧୮/୦୯) : ପ୍ରେସ ୟୁନିୟନ ରାୟଗଡା ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ପାଳଙ୍କୁ ପ୍ରଦାନ କରାଯାଇଛି । ଦାବି ମୁତାବକ ଜିଲ୍ଲା ପ୍ରଶାସନ ଦ୍ୱାରା ସାମ୍ବାଦିକତା ତାଲିମ ନିମନ୍ତେ ଜାରି ହୋଇଥିବା ଚିଠି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ।

ମାତ୍ର ଏକ ନିର୍ଦ୍ଦିଷ୍ଟ ବର୍ଗ (ଏ.ସ.ଟି.) ର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଥିରେ ସାମିଲ କରାଯାଇଛି । ତ୍ରୃଣମୁଳ ସ୍ତରରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସମସ୍ତ ଖବର ପ୍ରସାରଣ କ୍ଷେତ୍ରରେ ଜିଲ୍ଲାର ସବୁ ବର୍ଗର ଗଣମାଧ୍ୟମ ପ୍ରତିନିଧିଙ୍କ ଗୁରୁତ୍ଵପୁର୍ଣ୍ଣ ଭୁମିକା ରହିଛି । ତେବେ ସମସ୍ତ ବର୍ଗର ସାମ୍ବାଦିକ ମାନଙ୍କୁ ସାମ୍ବାଦିକତା ତାଲିମ ରେ ସାମିଲ କରାଗଲେ ଉତ୍ତମ ସମ୍ବାଦ ପ୍ରକାଶ କରିବାରେ ସହାୟକ ହେବ ।

ଯାହାକି ସମାଜର ଉନ୍ନତି ସହିତ ପ୍ରଶାସନ ଓ ସରକାରଙ୍କ ପାଖରେ ସଠିକ୍ ଖବର ପହଞ୍ଚି ପାରିବ ବୋଲି ୟୁନିୟନର ସମ୍ପାଦକ ଶ୍ରୀ ଶୀବାଜି ଦାସ ପ୍ରକାଶ କରିଛନ୍ତି । ଏହି ତାଲିମରେ ଏ.ସ.ଟି. ବର୍ଗ ସହିତ ଏ.ସ.ସି, ଓ.ବି.ସି, ମାଇନରିଟି ଓ ସାଧାରଣ ବର୍ଗର ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାମିଲ କରିବାକୁ ଦାବି କରିଛି ସଂଘ ।

୧୭ ତାରିଖ ଦିନ ପ୍ରେସ ୟୁନିୟନର କାର୍ଯ୍ୟକାରି ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସଙ୍କ ନେତ୍ରୁତ୍ଵ ରେ ସଙ୍ଘର ସଭ୍ୟ ମାନେ ଉକ୍ତ ଦାବି ପତ୍ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିଥିଲେ । ସମସ୍ତ ବର୍ଗର ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରିବାକୁ ସଙ୍ଘର କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ଦୋରା ଜିଲ୍ଲାପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ।

ୟୁନିୟନର ସଭ୍ୟ ଆଇ ସର୍ବେଶ୍ଵର ରାଓ, ପରମାନନ୍ଦ ପ୍ରଧାନ, ରାଜିବ ଲୋଚନ ପଣ୍ଡା, ସନ୍ତୋଷ ପାଢ଼ୀ, ଗଣେଶ ସାହୁ ପ୍ରମୁଖ ଜିଲ୍ଲା ପ୍ରଶାସନ ଏହି ତାଲିମ ନିମନ୍ତେ ଜାରି କରିଥିବା ଚିଠି ଉପରେ ପୁନଶ୍ଚ ବିଚାର କରିବାକୁ ମତାମତ ଦେଇଛନ୍ତି ।