ଭୀମଭୋଇ ସମାଧୀପୀଠ ଖଲିଆପାଲିରେ ମାଘ ମେଳା ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
57
ଭୀମଭୋଇ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୨) : ଚଳିତ ବର୍ଷ ମାଘ ମେଳା ୨୦୨୪ର ପ୍ରସ୍ତୁତି ବୈଠକ ସୁବର୍ଣ୍ଣପର ଅତିରିକ୍ତ ଜିଲ୍ଲାପାଳ ଅଞ୍ଚଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଭୀମଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୪ ର ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ଏଥିରେ ଉପସ୍ଥିତି ଥିବା ବରିଷ୍ଠ ସରକାରୀ ଓ ଅନ୍ୟାନ୍ୟ ସଦସ୍ୟ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟର ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ। ଚଳିତ ଫେବୃଆରୀ ୨୧ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମାଘ ମେଳାକୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗରେ ବ୍ୟବସ୍ଥିତ ଭାବେ ଆୟୋଜନ କରାଯିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଉପସ୍ଥିତ ସମସ୍ତ ପଦାଧିକାରୀ ତଥା ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଆନ୍ତରିକ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି l ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ନିଜ ନିଜର ଦାୟିତ୍ୱ କୁ ମେଳା ପୂର୍ବରୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l

ବିଶେଷ ଭାବେ ମେଳା ପରିସର ର ସଫାସୁତରା ସହ ଆବଶ୍ୟକ ମୁତାବକ ଅସ୍ଥାୟୀ ଟୟଲେଟ, ନିୟମିତ ବିଦ୍ୟୁତ ସରବରାହସହ ବିଶେଷ ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ସମ୍ବର୍ଦ୍ଧନା ସଭା ଆୟୋଜନ, ପାନୀୟ ଜଳର ସୁବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରଭୁତି ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ଜନ୍ମଳୟ ପାଇଁ, ମେନେଜିଂ ଟ୍ରଷ୍ଟି, ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲି ବିଗତ ବର୍ଷର ଆୟ ବ୍ୟୟର ପ୍ରକାଶ କରିଥିଲେ ଏବଂ ଏହି ବର୍ଷ କିପରି ଭଲଭାବରେ ମେଳା ଅନୁଷ୍ଠିତ ହେବ ସେ ନିଜର ମତାମତ ରଖିଥିଲେ ।

ସଭାରେ ଉପ-ଜିଲ୍ଲାପାଳ ତଥା ଉପ-ଅଧକ୍ଷ ମେନେଜିଂ ଟ୍ରଷ୍ଟି, ଭୀମ ଭୋଇ ସମାଧୁ ପୀଠ ଟ୍ରଷ୍ଟ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ବୈଠକରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଅବକାରୀ ଅଧିକ୍ଷକ ସୁବର୍ଣ୍ଣପୁର ଏସ ଡି ପି ଓ, ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଜିଲ୍ଲା ସଂସ୍କୃତି ଅଧିକାରୀ, ଆଇ ଆଇ ସି ଲଛିପୁର, ଆସିଷ୍ଟାଣ୍ଟ ଫାୟାର ଅଫିସର, ସୋନପୁର ବିଡିଓ , ତହସିଲଦାର ସୋନପୁର ନିର୍ବାହୀ ଅଧିକାରୀ ଟି ପି ଡବ୍ଲୁ ଓ ଡି ଏଲ , ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ଏବଂ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲି ର ସଦସ୍ୟ ଯୋଗଦାନ କରିଥିଲେ ।