ଅଲ୍ ଓଡ଼ିଶା ଆଶାକର୍ମୀ ସାମୁଖ୍ୟ ର ଜିଲ୍ଲା ସ୍ତରିୟ ବୈଠକ

0
394
ଅଲ୍ ଓଡ଼ିଶା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୦୨) : ତା, ୧୮/୦୨/ ୨୦୨୪ ରିଖ ରବିବାର ଦିନ ୧୧:୩୦ ମି, ସମୟରେ ସ୍ଥାନିୟ ଠକର ବାପା ଆଶ୍ରମ ଠାରେ ବିଜୁ ଶ୍ରମିକ ସାମୁଖ୍ୟ ଦ୍ବାରା ପରିଚାଳିତ ଅଲ୍ ଓଡ଼ିଶା ଆଶାକର୍ମୀ ସାମୁଖ୍ୟର ଜିଲ୍ଲା ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 18 at 16.37.26 ଅଲ୍ ଓଡ଼ିଶା ଆଶାକର୍ମୀ ସାମୁଖ୍ୟ ର ଜିଲ୍ଲା ସ୍ତରିୟ ବୈଠକ

ଅଲ୍ ଓଡ଼ିଶା ଆଶାକର୍ମୀ ସାମୁଖ୍ୟ ର ଜିଲ୍ଲା ସ୍ତରିୟ ବୈଠକ ରେ ଜିଲ୍ଲା ସଭାନେତ୍ରୀ ଶୀମୋତୀ ପାର୍ବତି ପିର୍ବିକା ସ୍ବାସ୍ଥ୍ଯ ଖରାପ ଯୋଗୁଁ ଅନୁପସ୍ଥିତ ଥିବା ରୁ ଆଜିର ସଭାରେ ରମା କୁମାରୀ ପଟନାୟକ ସଭାପତିତ୍ୱ କରିଥିବା ବେଳେ ସୁମିତ୍ରା କର୍କରିଆ ବିବରଣୀ ପାଠ କରିଥିଲେ । ଉକ୍ତ ସଭାରେ ରାଜ୍ଯ ସଭାନେତ୍ରୀ ଶୀମୋତୀ ମମତା ଦାସ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆଶାକର୍ମୀ ସାମୁଖ୍ୟର ରାଜ୍ଯ ମୂଖ୍ୟ ସଂଯୋଜକ ଶ୍ରୀ ନିରଂଜନ ପାତ୍ର ମୂଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ । ଉକ୍ତ ବୈଠକ ରେ ରାୟଗଡ଼ା ଜିଲ୍ଲା ର ପ୍ରେତ୍ୟେକ ବ୍ଳକ ର ଶତାଧିକ କର୍ମକର୍ତା ବ୍ରୁନ୍ଦ ଯୋଗ ଦେଇଥିଲେ । ରାଜ୍ଯ ସଭାନେତ୍ରୀ ଶୀମୋତୀ ମମତା ଦାସ ତାଙ୍କ ଅଭିଭାଷଣ ଦେଇ କହିଥିଲେ ଯେ କେନ୍ଦ୍ର ସରକାର ଜନ୍ମ ଦେଇ ପାଳିତ କନ୍ଯା କରି ରାଜ୍ଯ ପାଖରେ ଛାଡ଼ି ଦେଲା ।

୬୦ ଭାଗ କେନ୍ଦ୍ର ସରକାର ଆଉ ୪୦ ଭାଗ ରାଜ୍ଯ ସରକାର ଙ୍କ ର ଅନୁଦାନ ରେ ଗ୍ରାମିଣ ସ୍ବାସ୍ଥ୍ଯ ସେବା ଚାଲିଥିବା ବେଳେ ଆଶାକର୍ମୀ ମାନଙ୍କୁ ଦାବୀ ଉପରେ ରାଜ୍ଯ ସରକାର ନିକଟ ଭବିଷ୍ଯତ ରେ କେତେକ ଗୁରୁତ୍ବପୂର୍ଣ୍ଣ ଦାବୀ ପୂରଣ କରିବା କୁ ଯାଉଥିବା ବେଳ କେନ୍ଦ୍ର ସରକାର ଆଶାକର୍ମୀ ମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଉଦବେଗ ର ବିଷୟ ବୋଲି ପ୍ରକାଶ କରିଥିଲେ । ଗତ ତା ୦୮/୦୨/୨୦୨୩ ରିଖ ଦିନ ଆମ ଆଶାକର୍ମୀ ସାମୁଖ୍ୟ ର ରାଜ୍ଯ କମିଟି କୁ ନବିନ ନିବାସ କୁ ଡ଼କାଇ ତୁମର ଭତା ବ୍ରୁଦ୍ଧି ସହିତ କେତେକ ଗୁରୁତ୍ବପୂର୍ଣ୍ଣ ଦାବୀ ପୂରଣ କରାଯିବ ବୋଲି ମାନନୀୟ ୫ ଟି ଅଧ୍ଯକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ସାର୍ ନିର୍ଭର ଯୋଗ୍ୟ ପ୍ରତି ସ୍ରୁତି ଦେଲେ । ବୋଲି ଆଜିର ସଭାରେ ରାଜ୍ଯ ସରକାର ଙ୍କୁ ମାନ୍ଯବର ଶ୍ରୀ ଯୁକ୍ତ ନବିନ ପଟନାୟକ କ ଙ୍କୁ ଭୂୟସୀ ପ୍ରସଂଶା କରିବା ସହିତ ।

ସାରା ଓଡ଼ିଶା ର ସମସ୍ତ ଆଶାକର୍ମୀ ଭଉଣୀମାନଙ୍କୁ ଏକଜୁଟ ହେବ ପାଇଁ ଆହ୍ବାନ ଦେଇ ଥିଲେ । ଶ୍ରୀ ପାତ୍ର ମୂଖ୍ୟ ବକ୍ତା ରୁପେ ଅଭିଭାଷଣ ଦେଇ ସାଂଗଠନିକ ବିଷୟ ଚର୍ଚ୍ଚା କରିବା ସହିତ ଆଗାମୀ ଦିନ ରେ ସଶକ୍ତ କରିବା ଆହ୍ବାନ ଦେଇଥିଲେ । ଶ୍ରୀ ମୋତି ରମା କୁମାରୀ ପଟନାୟକ ସଭା ଶେଷ ରେ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ରାଜ୍ଯ ସରକାର ଆଗାମୀ ଦିନ ରେ ୬୨ ବର୍ଷ ରୁ ୬୫ ବର୍ଷ କୁ ବ୍ରୁଦ୍ଧି କରିବା, ଭତା ଦୁଇଗୁଣ ବ୍ରୁଦ୍ଧି କରିବା, ଅବସର କାଳିନ ସହାୟତା ରାଶି ୫ ଲକ୍ଷ, ମ୍ରୃତ୍ୟୁ କାଳିନ ସହାୟତା ରାଶି ୨ ଲକ୍ଷ୍ଯ ବ୍ରୁଦ୍ଧି କରିବା ପାଇଁ ରାଜ୍ଯ ସରକାର ଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ଦେବା ସହିତ ସମସ୍ତ ଙ୍କୁ ଧନ୍ଯବାଦ ଦେଇ ସଭା ସାଙ୍ଗ କରିଥିଲେ । ଉକ୍ତ ବୈଠକ ରେ ମୌନିକାସାହୁ, ନିଲାମା ପେଦେଣ୍ଟି, ମିତା ବିଡ଼ିକା, ସସ୍ମିତା ସାହୁକାର, ଜ୍ଯୋତି, ଅଂଚ ହୁଇକା, ପ୍ରତିମା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ ।