ବନ୍ଦ ଘରୁ ମା’ଓ ୭ବର୍ଷ ପୁଅର ମୃତଦେହ ଉଦ୍ଧାର

0
55
ବନ୍ଦ ଘରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୨) : ବନ୍ଦ ଘରୁ ମା’ ଓ ୭ବର୍ଷର ପୁଅର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁ’ରେ ।

ମା’ ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ । ମୃତ ମହିଳା ଜଣଙ୍କ ହେଲେ ଡି. ନିଳାବେଣୀ ଓ ତାଙ୍କ ପୁଅ ଡି. ରିତିକ । ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଳାବେଣୀ ଘରର କବାଟ ଖୋଲି ନଥିଲେ । ଏନେଇ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା । ଘଟଣା ସଂପର୍କରେ ପୁଲିସ ଖବରକୁ ଦେଇଥିଲେ । ପୁଲିସ ପହଞ୍ଚି କବାଟ ତାଡ଼ି ମା’ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲା । ମା’ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନାହିଁ । ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ନିଳାବେଣୀଙ୍କ ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଛନ୍ତି । ନିଳାବେଣୀ ମା’ ଓ ତାଙ୍କ ପୁଅ ଘରେ ରହୁଥିଲେ ।