ସୁନାଥର ପରମା ନନ୍ଦ ଶିଶୁ ବିଦ୍ୟା ମନ୍ଦିର ରେ ମାତୃପିତୃ ପୂଜନ ସମାରୋହ ଅନୁଷ୍ଠିତ

0
45
ସୁନାଥର

ରିପୋଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୨) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ମାନଙ୍କ ଦ୍ଵାରା ଆଜି ଅନୁଷ୍ଠାନ ରେ ମାତୃପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୁନାଥର ଗ୍ରାମରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ମାନଙ୍କ ଦ୍ଵାରା ଅନୁଷ୍ଠାନରେ ମାତୃପିତୃ ପୂଜନ କାର୍ଯ୍ୟକ୍ରମରେ ଅଧିକାଂଶ ଅଭିଭାବକ ଅଂଶ ଗ୍ରହଣ କରି ନିଜର ଶିଶୁମାନଙ୍କୁ ଶୁଭ ଆର୍ଶୀବାଦ ପ୍ରଦାନ କରିଥିଲେ । ଯାହାକି ପୂର୍ବରୁ ପ୍ରଚଳିତ ଗୁରୁକୁଳ ରେ ଅନୁଷ୍ଠିତ ହେଉଥିଲା । ସେହି ପରମ୍ପରା ଓ ଶିଷ୍ଟାଚାର କୁ ଏହି ଅନୁଷ୍ଠାନ ର ଛାତ୍ର, ଛାତ୍ରୀ ଏବଂ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ବଞ୍ଚାଇ ରଖିଛନ୍ତି ସେଥିପାଇଁ ତାଙ୍କୁ ଅନେକ, ଅନେକ ଧନ୍ୟବାଦ। କାର୍ଯ୍ୟକ୍ରମରେ ସ୍କୁଲ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।