ରାଜଧାନୀ ରେ ରାଗିଂ; ଗୁଣି ସନ୍ଦେହରେ ଲ’ ଛାତ୍ରୀଙ୍କୁ ନିର୍ଯାତନା

0
43
ରାଜଧାନୀ

ରିପୋର୍ଟ : ଓଡିଶା ମ୍ୟଉଳ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୨) : ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରାଗିଂ । ତା’ହା ପୁଣି ଜଣେ ଲ’ ଛାତ୍ରୀଙ୍କୁ। ଗୁଣି ଗାରେଡି ସନ୍ଦେହରେ ଛାତ୍ରୀଙ୍କୁ ତାଙ୍କର ତିନି ସିନିୟର ରାତି ଅଧରା ମାଡ଼ ମାରିଛନ୍ତି ।

ରାଜଧାନୀ ରେ ଗୁଣି ଗାରେଡି ସନ୍ଦେହରେ ଲ’ ଛାତ୍ରୀଙ୍କୁ ରାଗିଂ । କଲେଜ ପ୍ରଶାସନଠାରୁ ନିରାଶ ହୋଇ ଆଜି ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଝାରଖଣ୍ଡର ପଦ୍ମା(ଛଦ୍ମନାମ) ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଲ’ ପଢ଼ୁଛନ୍ତି । ହେଲେ ତାଙ୍କୁ ସେଠାରେ ଦିଆଯାଉଛି ନାନା ନିର୍ଯାତନା । ଗୁଣି ଗାରେଡି ସନ୍ଦେହରେ ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଗତ ୧୪ ଓ ୧୭ ତାରିଖ ରାତି ସାଢ଼େ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ମାଡ଼ ମାରିବା ସହିତ ନାନା ନିର୍ଯାତନା ଦେଇଛନ୍ତି । ଯାହାଫଳରେ ଛାତ୍ରୀଙ୍କ ହାତ ଓ ଛାତିରେ ଆଘାତ ଲାଗିଛି । ଦାନ୍ତ ଭାଙ୍ଗି ଯାଇଛି । ଗୁରୁତର ଆହତ ହୋଇ ସେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ ।

କଲେଜରେ ରାଗିଂ ଦିଆଯାଉଥିବା ନେଇ ପଦ୍ମା ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଏଥିସହ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ । ରାଗିଂ ନେଇ ଶୃଙ୍ଖଳା କମିଟିରେ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ କଲେ ଶୃଙ୍ଖଳା କମିଟି ରାଗିଂ କରିଥିବା ୩ ଛାତ୍ରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ । ମାତ୍ର ସେମାନେ ଆସିନଥିଲେ । ଅର୍ଥାତ ଶୃଙ୍ଖଳା କମିଟିର ଡାକରାକୁ ଖାତିର କରିନଥିଲେ । କଲେଜ କର୍ତ୍ତୃପକ୍ଷଙ୍କଠାରୁ ନିରାଶ ହୋଇ ପୀଡ଼ିତା ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନ୍ୟାୟ ଦେବା ପାଇଁ ଗୁହାରୀ କରିଛନ୍ତି । ତେବେ ଏନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି ।