ପୋଖରୀକୁ ଖସିଲା ଟ୍ରାକ୍ଟର, ୧୫ ଶ୍ରଦ୍ଧାଳୁ ମୃତ

0
49
ପୋଖରୀକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତରପ୍ରଦେଶ, (୨୪/୦୨) : ପୋଖରୀକୁ ଖସିଲା ଟ୍ରାକ୍ଟର । ନିୟନ୍ତ୍ରଣ ହରାଇ ପୋଖରୀରେ ପସିଗଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର । ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର କାଶଗଞ୍ଜରେ ଘଟିଛି ଏଭଳି କିଛି ଘଟଣା । ସୂଚନା ମୁତାବକ, ଜେଥରାରୁ ଗଙ୍ଗା ସ୍ନାନ କରିବା ପାଇଁ ଟ୍ରାକ୍ଟରରେ କିଛି ଶ୍ରଦ୍ଧାଳୁ ଆସୁଥିଲେ । ତେବେ ହଠାତ୍‌ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟର ଟ୍ରଲି ସମେତ ଶ୍ରଦ୍ଧାଳୁ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି । ପଟିୟାଲି କାଦରଗଞ୍ଜ ରୋଡରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଜଣ ଛୋଟ ଛୁଆ ଓ ୮ ଜଣ ମହିଳା ଶ୍ରଦ୍ଧାଳୁ ଅଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଛି । ସେପଟେ ସୂଚନା ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଆଖପାଖର ଗାଁ ଲୋକେ ମଧ୍ୟ ଉଦ୍ଧାର କାମରେ ଲାଗି ଛନ୍ତି। ଉଦ୍ଧାର କରାଯାଇଥିବା କିଛି ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ସୂଚନା ମୁତାବକ, ଟ୍ରାକ୍ଟରରେ ମୋଟ ୩୫ ଜଣ ଖ୍ରଦ୍ଧାଳୁ ଥିଲେ । ଏମାନେ ସମସ୍ତେ ଏଟା ଜିଲ୍ଲାର କହା ଗାଁ’ର ବାସିନ୍ଦା ବୋଲି କୁହାଯାଉଛି । ସମସ୍ତ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିଲେ ।