ଭାରତ – ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ ଦିବସ ପାଳନ

0
55
ଭାରତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୨) : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ତରଫରୁ ଦେଶବ୍ୟାପି ଟ୍ରାକ୍ଟର ସମାବେଶ ଅବସରରେ ରାମନାଗୁଡା ବ୍ଲକର ତାମିଲିଗୁଡା ଠାରେ ପ୍ରତିବାଦ ସଭାର ଆୟୋଜନ କରାଯାଇଛି ।

ଡବ୍ଲୁ ଟି ଓ ସହିତ ଚୁକ୍ତିନାମା କରି ଭାରତର ସାର୍ଵଭୌମତ୍ୱକୁ ବିପନ୍ନ ବନ୍ଦ କରିବା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା – ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର୍ – ଗୃହମନ୍ତ୍ରୀ ଅନୀଲ ଭିଜ୍ ଙ୍କ ଇସ୍ତଫା, ଏମାନଙ୍କ ସହ ସଂପୃକ୍ତ ପୋଲିସ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଆଇ.ପି.ସିର ଧାରା ୩୦୨ ଅନୁଯାୟୀ ଏଫ୍.ଆଇ.ଆର୍ ରୁଜୁ କରିବା, ମୃତ ଯୁବ କୃଷକ ଶୁଭ କିରଣ ସିଂହଙ୍କ ପରିବାରକୁ ଏକ କୋଟି ଟଙ୍କା ପ୍ରଦାନ କରିବା , ରାଷ୍ଟ୍ର ପରିଚାଳିତ ନୃଶଂସ ଦମନ ଓ ଟ୍ରାକ୍ଟର କ୍ଷୟକ୍ଷତିର ନ୍ୟାୟିକ ତଦନ୍ତ କରିବା, ୨୬ ଫେବୃଆରୀ ୨୦୨୪କୁ “ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)-ଛାଡ଼ ଦିବସ” ଭାବେ ପାଳନ ବନ୍ଦ କରିବା ।

ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ୧୩ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (ଏମ୍.ସି- ୧୩ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍. କେ.ଏମ୍) ମୋଦି ସରକାରଙ୍କ କୃଷକ ବିରୋଧି ନିତି କୁ ବିରୋଧ କରିବା, ଡବ୍ଲ୍ୟୁଟିଓର ଆଳାପ-ଆଲୋଚନା ବନ୍ଦ କରିବା, ଭାରତ ସରକାର କୃଷକମାନଙ୍କୁ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ଲାଗୁ କରିବା, ଖାଦ୍ୟ ଶସ୍ୟ ବଣ୍ଟନ ବଦଳରେ ସିଧାସଳଖ ନଗଦ ହସ୍ତାନ୍ତର କରିବାକୁ ଯୁକ୍ତି କରି ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ବଣ୍ଟନ “ସାର୍ବଜନୀନ ଗଣବଣ୍ଟନ ବ୍ୟବସ୍ଥା” (ପି.ଡି.ଏସ୍ )ପ୍ରତ୍ୟାହାର କରିବା ଯୋଜନା ବନ୍ଦ କରିବା, ଦେଶର କୃଷକ ଓ ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ପାଇଁ ଏବଂ ଭାରତର ସାର୍ବଭୌମତ୍ୱ ପାଇଁ କ୍ଷତିକାରକ ହେବ ବୋଲି ଟ୍ରାକ୍ଟର ରାଲି କରାଯାଇଛି । ଆଜିର ଏହି ଟ୍ରାକ୍ଟର ରାଲିକୁ ତ୍ରୀପତି ଗମାଙ୍ଗ ପରିଚାଳନା କରିଥିବାବେଳେ ରମେଶ ପାତିକା , ଦାସୁରୁ ବିଡିକା, ମୋଜେସ ବିଡିକା, ଗୋବିନ୍ଦ ପାତିକା, ଲବ ବିଡିକା , ସଂଗ୍ରାମ ବିଡିକା ସହଯୋଗ କରିଥିଲେ ।