ଏ ଆଇ କେ ଏମ୍ ଏସ୍ ପକ୍ଷରୁ ବିକ୍ଷୋଭ

0
45
ଏ ଆଇ କେ ଏମ୍ ଏସ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୨) : ଦେଶର ଆନ୍ଦୋଳନରତ କୃଷକମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଅଖିଳ ଭାରତୀୟ କିଷାନ ମଜଦୁର ସଭା କାଶୀନଗର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏ ଆଇ କେ ଏମ୍ ଏସ୍ ପକ୍ଷରୁ ବିକ୍ଷୋଭ । ସଂଗଠନର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରଦର୍ଶନରେ କାର୍ତ୍ତିକ ଶବର , ସୁମ୍ବାରା ଶବର, ଆର . ଲୋକନାଥମଙ୍କ ସମେତ ବହୁ କୃଷକ ସାମିଲ ହୋଇଥିଲେ । ବକ୍ତାମାନେ କହିଥିଲେ ଯେ , କେନ୍ଦ୍ର ସରକାର କୃଷି – ବିରୋଧୀ ଓ କୃଷକମାରଣ ନୀତି ଅବଲମ୍ବନ କରୁଛନ୍ତି । ତୁରନ୍ତ ସରକାର ସମସ୍ତ ପ୍ରକାରର ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଦେବା ଆବଶ୍ୟକ।ଆନ୍ଦୋଳନ ଅବସରରେ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ମୃତ୍ୟୁ ବରଣ କରିଥିବା କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା ।