ଦୁର୍ଗମ ଅଂଚଳ ରେ ସୁସ୍ଥ ଓଡିଶା ସୁଖୀ ଓଡିଶା କାର୍ଯ୍ୟକ୍ରମ

0
36
ଦୁର୍ଗମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୨) : ଗଜପତି ଜିଲ୍ଲା, ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଗ୍ରାମରେ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା” ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ରେ ଅନୁପ୍ରାଣିତ ହୋଇ ଓଡିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ “ହାଇଟେକ ମେଡ଼ିକାଲ” ଅଧକ୍ଷ ଡଃ. ତିରୁପତି ପାଣିଗ୍ରାହୀଙ୍କ ଆଦେଶ କ୍ରମେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଅଛନ୍ତି ।

ଦୁର୍ଗମ ଅଂଚଳ ରେ ସୁସ୍ଥ ଓଡିଶା ସୁଖୀ ଓଡିଶା କାର୍ଯ୍ୟକ୍ରମ । ଏହି ଶିବିର ରେ ଔଷଧ, ଗଳା ଆଖି କର୍ଣ୍ଣ ENT, ଚର୍ମ ରୋଗ, ଅସ୍ଥି ଶଲ୍ୟ,,ଦନ୍ତ, ଫିଜିଓ ଥେରାପି, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ଇତ୍ୟାଦି ବିଭାଗର ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଥିଲେ । ଏହି ଶିବିରକୁ କାର୍ଯ୍ୟକାରୀ କରିବା ତଥା ନିରୀକ୍ଷଣ କରିବା ପାଇଁ ଇଂ.ରୂପେଶ ପାଣିଗ୍ରାହୀ ନିଜେ ସେଠାରେ ଉପସ୍ଥିତ ରହିଥିଲେ, ତାଙ୍କସହ ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ, ଉପ ସଭାପତି ଲକ୍ଷ୍ମୀ ପରିଚ୍ଛା, ବରିଷ୍ଠ ନେତା ଦାନାନା ଆପାରାଓ ଏବଂ ପରିଚାଳନା ଦାୟିତ୍ବରେ ରେ ଦିପୁ ପଟ୍ଟନାୟକ, ମୋହନ ମହାଙ୍କୁଡ, କୃଷ୍ଣ ବେହେରା ପ୍ରୀତମ କୁମାର ପାଲ, ନିରୋଜ କୁମାର ଷଡଙ୍ଗୀ, ମସୁଲାନ ରଇତ, ସନ୍ତୋଷ ପରିଚ୍ଛା, ସମ୍ଭ୍ରମ ପାଣି ଆହଜ ମାଛ, ପ୍ରଶୟ ରଞ୍ଜନ ପାଣି, ସନ୍ତୋଷ ଦଣ୍ଡସେନା, ଜ୍ଞାନେଶ ଲିମ୍ମା, ପ୍ରବୀଣ କୁମାର ଲିମ୍ମା, ଜନି ଶବର ଓ ସରପଞ୍ଚ ସମିତି ସଭ୍ୟ ତଥା ସେଠାକାର ସ୍ଥାନୀୟ ବାସିନ୍ଦା ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏହିପରି ଜନସେବା, ଜନହିତକର କାର୍ଯ୍ୟରେ ଖୁସି ହୋଇ ଇଂ. ରୂପେଶ ପାଣିଗ୍ରାହୀଙ୍କ ଖୁବ୍ ପ୍ରଶଂସା କରିବା ସହ ଦୁର୍ଗମ ଅଞ୍ଚଳରେ ନିଆରା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଥିଲେ ।