ଗୁରୁକୂଳ ନର୍ସିଂ କଲେଜର ସାମ୍ବାଦିକ ସମ୍ମିଳନୀ

0
342
ଗୁରୁକୂଳ

ରିପୋର୍ଟ : ଗୋପୀନାଥ ଗୌଡ଼
କଳାହାଣ୍ଡି, (୦୨/୦୩) : କଳାହାଣ୍ଡି ଜିଲ୍ଲାର ନୋରଲା ରୋଡ ସ୍ଥିତ ସର୍ଗୀଗୁଡ଼ା ରେଳଷ୍ଟେସନ ନିକଟରେ ମହିଳା ସ୍ବାସ୍ଥ୍ୟ କର୍ମୀ (ANM) ଓ ଷ୍ଟାଫ ନର୍ସ (GNM) ମାନଙ୍କ ପାଇଁ ନର୍ସିଂ ଏବଂ ପାରା- ମେଡ଼ିକାଲ କଲେଜ ଖୋଲିଯାଇଛିWhatsApp Image 2024 03 03 at 09.25.36 ଗୁରୁକୂଳ ନର୍ସିଂ କଲେଜର ସାମ୍ବାଦିକ ସମ୍ମିଳନୀ

ଗୁରୁକୂଳ ନର୍ସିଂ କଲେଜର ସାମ୍ବାଦିକ ସମ୍ମିଳନୀ । ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଏହି ଅନୁଷ୍ଠାନରେ ବର୍ତ୍ତମାନ୍ ନାମ ଲେଖା ଆରମ୍ଭ ହୋଇଯାଇଛି । ମହିଳା ସ୍ଵାସ୍ଥ୍ୟ କର୍ମୀ (ANM) ମାନଙ୍କ ପାଇଁ ଦୁଇ ବର୍ଷିଆ ତାଲିମର ପ୍ରାବଧାନ ରହିଥିବା ବେଳେ, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ପାସ୍ ହୋଇଥିବା ଆବଶ୍ୟକ କରୁଛି । ସେହିଭଳି ଷ୍ଟାଫ ନର୍ସ (GNM) ପାଇଁ ପୁଅ ଏବଂ ଝିଅ ତାଲିମ୍ ନେଇ ପାରିବେ ଏଥିପାଇଁ ମଧ୍ୟ +2ପାସ୍ ହୋଇଥିବାର ଜରୁରୀ ରହିଥିବା ସହିତ 3ବର୍ଷିଆ ତାଲିମ୍ ନେବାର ଆବଶ୍ୟକତା ରହିଛି ବୋଲି କଲେଜ ପ୍ରିନ୍ସିପାଲ ଦୀପ୍ତି ମହାପାତ୍ର କହିଛନ୍ତି ।

ଏପରିକି ପ୍ରାକ୍ଟିକାଲ ଏବଂ କ୍ଲିନିକାଲ ତାଲିମ୍ ନିମନ୍ତେ CHC, ନର୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନିପାଟଣା ଠାରେ ତାଲିମ୍ ଦିଆଯିବ ବୋଲି କହିଛନ୍ତି । ST/SC ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ଆଡ଼ମିସନ ରଖାଯାଇଛି । ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ରହିବା ପାଇଁ ହଷ୍ଟେଲ ମଧ୍ୟ ବ୍ୟବସ୍ଥା ରହିଛି । ଯାତାୟତ ନିମନ୍ତେ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି ।

ଗୁରୁକୂଳ କଲେଜର ପରିଚାଳନା ନିର୍ଦ୍ଧେଶକ ରଶ୍ମି ରଞ୍ଜନ ପଟନାୟକ କହିଛନ୍ତି ଯେ, ଶିକ୍ଷାଗତ ଯୋଗ୍ୟତା ସହ ଏହିଭଳି ନର୍ସିଂ ତାଲିମ୍ ନେଇଥିବା ଛାତ୍ରଛାତ୍ରୀ ଅନେକଙ୍କ ଜୀବନ ବଞ୍ଚାଇ ଦେଇଥାଆନ୍ତି ଏପରିକି ଯେଉଁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଡି ସନ୍ଧି ମୁହୂର୍ତ ବନ୍ୟା , ବାତ୍ୟା, ଭୂମିକମ୍ପ, ଝାଡାବାନ୍ତି କିମ୍ଵା ମହାମାରୀ ସମୟ ଆସିଥାଏ ପିଡ଼ିତ ଓ ପୀଡ଼ିତା ମାନଙ୍କ ଦେବଦୂତ ସାଜିବା ସହ ସ୍ଵାସ୍ଥ୍ୟ ସେବା ଯୋଗାଇ ଥାଆନ୍ତି ଏହି ନର୍ସିଂ ତାଲିମ୍ ନେଇଥିବା ଛାତ୍ରଛାତ୍ରୀ। ଯାହାକି ନର୍ସିଂ ପାରାମେଡ଼ିକାଲ ଶିକ୍ଷାର ମୂଲ୍ୟ ବଧୋକୁ ବୁଝାଇ ଉଚ୍ଚ ସ୍ତରକୁ ନେବା ସହ ନିଜର ପରିଚୟ ଓ ସମ୍ମାନ ପ୍ରଦାନ କରିଥାଏ ବୋଲି କହିଛନ୍ତି । ବର୍ତ୍ତମାନ୍ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଏହି ନର୍ସିଂ ପାରାମେଡ଼ିକାଲ ତାଲିମ୍ ଆବଶ୍ୟକତାକୁ ଜରୁରି ମନେ କରୁଛି ।

ଉପଯୁକ୍ତ ତାଲିମ୍ ନେବା ପରେ ପିଲା ମାନେ ନିଶ୍ଚିତ ଭାବରେ ସ୍ବାବଲମ୍ବୀ ହୋଇପାରିବେ । ଏହି ଗୁରୁକୂଳ ନର୍ସିଂ ଓ ପାରା ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ପାଇଁ ସରୋଜନୀ ପୂଜାରୀ, ଯତୀନ ମେହେର, ଆକାଶ ପ୍ରଧାନ ଭଳି ଦକ୍ଷତା ହାସଲ କରିଥିବା ତାଲିମ୍ ଦେବା ନିମନ୍ତେ ଉକ୍ତ କଲେଜରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ମଧ୍ୟ ଏହି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଦ୍ଵାରା ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ନିଜ ନିଜର ଭବିଷ୍ୟତ ଗଢି ସାରିଛନ୍ତି ।

ପ୍ରତ୍ୟେକ ଦିନ କ୍ଲାସରେ ଉପସ୍ଥିତ ରହିବା ସହ ଦେଉଥିବା ତାଲିମ୍ ଆଦରରେ ଶୁଣିବା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ହୋଇଥାଏ । ପଢା ଯାଉଥିବା ଶିକ୍ଷା ଶ୍ରଦ୍ଧାର ସହ ଗ୍ରହଣ କରିବା ଦ୍ଵାରା ଗୁରୁ ଶିଷ୍ୟଙ୍କୁ ସେହି ସ୍ଥାନରେ ପହଞ୍ଚାଇ ଦେଇ ଥାଆନ୍ତି ଯେଉଁଠି ଶିଷ୍ୟ ପହଞ୍ଚିବାକୁ ଚାହିଁଥାଏ। ସେଥିପାଇଁ ସ୍ୱାଧାୟ, ସମୟାନୁବର୍ତିତା, ବୟସରେ ବଡ ମାନଙ୍କ ପ୍ରତି ସମ୍ମାନ ଦେବା ସହ ସାଳିନତା ଓ ସମ୍ମାନ ରଖିବାକୁ ହୋଇଥାଏ ବୋଲି ଏହି ଗୁରୁକୂଳ କଲେଜ ଉପଦେଷ୍ଟା ସମରାୟ ଫାଉଣ୍ଡସେନର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଧେଶକ ଶ୍ରୀଯୁକ୍ତ ସମରାୟ ମତ ଦେଇଛନ୍ତି ।

କୋଲେଜ କ୍ୟାମ୍ପସର ବଡ ଭାଇ ଭଳି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ଅସୁବିଧାରେ ସହାୟକ ଛାତ୍ରଛାତ୍ରୀ ମାନଙ୍କ ବୃତ୍ତି ପଇସା କିଭଳି ପାଇବେ, କଲେଜ କିଭଳି ଉତ୍ତର ଉତ୍ତର ଉନ୍ନତି ହେବ ଏହି ଦିଗରେ ବିଶେଷ ଧ୍ୟାନ ଦେଇ ଥାଆନ୍ତି ଏଠାରେ ସମସ୍ତଙ୍କ ପ୍ରିୟ ଏବଂ ସମ୍ମାନ ଯୋଗ୍ୟ ବ୍ୟକ୍ତି ବିଶେଷ ରାଜେନ୍ଦ୍ର ଗୌଡ଼ । ନିଜେ ଜଣେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନ ପାଇଁ ତାଙ୍କ ଅବଦାନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ନିର୍ଦ୍ଧେଶକ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପଟନାୟକ ମତ ଦେଇଛନ୍ତି ।