ପୁରଣା ପାଟଣା ଠାକୁରାଣୀ ମନ୍ଦିର ପାଖ ପଡ଼ିଆରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
45
ପୁରଣା ପାଟଣା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୩) : କାଶୀନଗର ଏନ୍.ଏ.ସି ର, ପୁରଣା ପାଟଣା ଠାକୁରାଣୀ ମନ୍ଦିର ପାଖ ପଡ଼ିଆରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଠାରେ ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଓ ଓଡ଼ିଶା ଯୁବ ବିଜେଡି ଉପ ସଭାପତି ଇଂ ରୂପେଶ ପାଣିଗ୍ରାହୀଙ୍କ ନିର୍ଦେଶରେ ମାଗଣାରେ ଏହି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି । ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ର ୧୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । କାଶିନଗର ୱାର୍ଡ ମେମ୍ବର ଜିବରତ୍ନମ୍, ଉପସଭାପତି ଲକ୍ଷ୍ମୀ ପରିଛା, ବରିଷ୍ଠ ନେତା ମଧବାବୁ, ଗୁମାବ୍ଲକ ଉପଅଧ୍ୟକ୍ଷ ଶ୍ରୀନିବାସ ରାଓ ଖାରଡ଼ାର ବ୍ଲକ୍ ଉପାଧ୍ୟକ୍ଷ, ଅଖିଳ ପାତ୍ର ଙ୍କ ସମେତ ବହୁ ବରିଷ୍ଠ ନେତା ଓ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।

ଏଠାରେ ଜନସଧାରଣମାନଙ୍କର ମାଗଣାରେ ଚକ୍ଷୁ, ନାଶା, ଗଳା ଏବଂ ଦନ୍ତ ପରୀକ୍ଷା କରାଯାଇଛି । ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ ମଧ୍ୟ କରାଯାଇଛି । ଶିଶୁମାନଙ୍କର ଚିକିତ୍ସା, ଚର୍ମରୋଗ ଚିକିତ୍ସା ଓ ଶୈଲ୍ୟ ଚିକିତ୍ସା ସହିତ ଅନ୍ୟ ସବୁ ସ୍ୱାସ୍ଥ୍ୟ ଚିକିତ୍ସା କରାଯିବା ସଙ୍ଗେ ସଙ୍ଗେ ଚକ୍ଷୁ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ବହୁ ସଂଖ୍ୟାରେ ଲୋକମାନେ ଏଠାରେ ସ୍ୱାସ୍ଥ୍ୟ ଚିକିତ୍ସାର ସୁବିଧା ନେଇପାରିଛନ୍ତି ।