ଏକ ଟନ ରୁ ଉର୍ଦ୍ଧ୍ୱ ଗଂଜେଇ ଜବତ

0
44
ଏକ ଟନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୦/୦୩) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସକୁ ମିଳିଲା ବଡ ସଫଳତା l ପୋଲିସ ହାତରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ l

ଏକ ଟନ ରୁ ଉର୍ଦ୍ଧ୍ୱ ଗଂଜେଇ ଜବତ l ମନମୁଣ୍ଡା ଥାନା ଯୋଡସିଂ ଗାଁ’ରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହେବାକୁ ଥିବାନେଇ ସୂଚନା ପାଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ SDPO କୁଳଦୀପ ମୀନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ ଟିମ ସେହି ଅଞ୍ଜଚଳରେ ଚଢ଼ାଉ କରିଥିଲା l ଫଳରେ ସେହି ଅଞ୍ଚଳରୁ ୧ ଟନ ୧୦ କେଜି ଗଞ୍ଜେଇ ଜବତ କରିବାକୁ ସମର୍ଥ ହୋଇଥିଲା ପୋଲିସ l ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ୩୦ ହଜାର ଟଙ୍କା ହେଵବୋଲି ପୋଲିସ ସୂଚନା ଦେଇଛି l ଗଞ୍ଜେଇ ଚାଷ ହେଉଥିବା ଏସବୁ ଅଞ୍ଚଳରେ ମାଓ ଗତିବିଧି ରହିଥିବାବେଳେ ମାଓବାଦୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ହେଉଥିବା ଏସପି ସୂଚନା ଦେବାସହ ମାଓବାଦୀଙ୍କୁ ସହଯୋଗ ନକରିବାକୁ ଏସପି ଅନୁରୋଧ କରିଛନ୍ତି l

ସେହିଭଳି ବୌଦ୍ଧ ପୋଲିସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୦ କେଜି ଗଞ୍ଜେଇ ଜବତ ଜରାଯିବା ସହ ଗୋଟିଏ ବୋଲେରୋ ଗାଡି ଜବତ କରିବା ସହ ଦୁଇଜଣଙ୍କୁ ଗିରଫ ଜରାଯାଇଥିବା ଏବଂ ଚଳିତ ବର୍ଷ ମନମୁଣ୍ଡା ଥାନା ପକ୍ଷରୁ ୨୫୦୦ କେଜି, ବୌଦ୍ଧ ଥାନା ପକ୍ଷରୁ ୪୮୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ଏନେଇ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି l ଆଜି ଏନେଇ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି l