ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ମୋ ସ୍କୁଲ ଅଭିଯାନ ଉତ୍ସବ ପାଳିତ

0
31
ବଉଳସିଂହା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୦/୦୩) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ମୋ ସ୍କୁଲ ଅଭିଯାନ ସମ୍ପର୍କିତ ଉତ୍ସବ ପାଳିତ ହୋଇଯାଇଛି ।

ଏହି ଉତ୍ସବର ପ୍ରାରମ୍ଭରେ ବିଦ୍ଯାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି ସଭାର ଉଦ୍ଦେଶ୍ଯ ଏବଂ ବିଗତ ଦିନରେ ବିଦ୍ଯାଳୟରେ ମୋ ସ୍କୁଲ ଅଭିଯାନ ତରଫରୁ ହୋଇଥିବା ଉନ୍ନତିମୂଳକ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ । ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀନବୀନ ନାଏକ ଅଧ୍ଯକ୍ଷତା କରିଥିଲେ । ଆଲୁମିନି ମାନଙ୍କୁ ପ୍ରିୟ ମୁଖ୍ଯମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଆଲୁମିନି ଦୀପକ କୁମାର ସାହୁ କାର୍ଯ୍ଯକ୍ରମରେ ସହଯୋଗ କରିଥିବା ବେଳେ ଶିକ୍ଷକ ଶ୍ରୀ କେଶବ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ ।