୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଆରସି

0
43
୫୦୦୦ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୮/୦୩) : ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ ।

ଏକ ଏସ୍‌ଏଚ୍‌ଜିର ପ୍ରତିନିଧିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି । ଏହି ଏସ୍‌ଏଚ୍‌ଜି କିଛି ପାଇଖାନା ତିଆରି କରିଥିଲା । ତା’ର ବିଲ୍ କରାଇ ଦେବା ପାଇଁ ବିଆର୍‌ସି ମଧୁସୂଦନ ପଟେଲ ଲାଞ୍ଚ ମାଗିଥିଲେ । ଲାଞ୍ଚ ନେଇ ଧରାପଡ଼ିବା ପରେ ବିଆର୍‌ସି ମଧୁସୂଦନ ପଟେଲଙ୍କ ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଥିଲା । ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।