ପୋଖରୀରେ ବୁଡ଼ି ୨ଶିଶୁ ମୃତ

0
37
ପୋଖରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୩/୦୩) : ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ କେଶଡିହା ଗାଁ’ରେ ଏହି ଦୁଃଖଦ ଘଟଣା ଘଟିଛି ।

ମୃତ ଶିଶୁ ଦ୍ୱୟ ହେଲେ ସମ୍ବିତ ହନହାଗା ଓ ରାଜେଶ ମହାକୁଡ଼ । ଗତକାଲି ଅଙ୍ଗନବାଡି ଛୁଟି ହେବା ପରେ ସମ୍ବିତ ଏବଂ ରାଜେଶ ଘରକୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା କାରଣରୁ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ । ୨ଜଣ ଶିଶୁ ବୁଡିଯାଉଥିବା ଅନ୍ୟ ଜଣେ ଶିଶୁ ଆସି ନିଜ ମା’ କୁ ଜଣାଇଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଗାଁ’ରେ ଶୋକର ଛାୟା ଖେଳି ଯାଇଛି ।