ପୁରୁଷୋତ୍ତମପୁର ସହର ରେ ଏସଡ଼ିପିଓ ଙ୍କ ନୂତନ କୋଠକୁ ଭରଚୁଆଲ ମାଧ୍ଯମରେ ଉଦଘାଟନ

0
39
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୧୩/୦୩) : ପୁରୁଷୋତ୍ତମପୁରରେ ଲୋକାର୍ପିତ ହୋଇ ସାରିଛି ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ପୁରୁଷୋତ୍ତମପୁର ଏନ୍.ଏ.ସି ନୂତନ ଏସଡ଼ିପିଓ ଙ୍କ ନୂତନ କୋଠକୁ ଭରଚୁଆଲ ମାଧ୍ଯମରେ ଉଦଘାଟନ କରିଛନ୍ତି ସାଢେ ଚାରି କୋଟି ଓଡ଼ିଆଙ୍କ ଜନ ନାୟକ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକWhatsApp Image 2024 03 13 at 19.14.50 ପୁରୁଷୋତ୍ତମପୁର ସହର ରେ ଏସଡ଼ିପିଓ ଙ୍କ ନୂତନ କୋଠକୁ ଭରଚୁଆଲ ମାଧ୍ଯମରେ ଉଦଘାଟନ

ଆଜିର ଏହି କାର୍ଯ୍ୟକ୍ରମ କୁ ଉପଖଣ୍ଡ ଆରକ୍ଷୀଅଧିକ୍ଷକ ଶ୍ରୀରଜନୀ କାନ୍ତ ସାମଲ ଙ୍କ ପୌରହିତ୍ୟା ରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ଅତିରିକ୍ତ ଏସପି ରଞ୍ଜିତ କୁମାର ପୃଷ୍ଟି ଯୋଗ ଦେଇଥିଲା ବେକେ ସାମ୍ନାନୀତ ଅତିଥି ଭାବେ ଏନଏସି ଅଧକ୍ଷା ପ୍ରିୟଙ୍କାଗୌଡ଼,ପୁରୁଷୋତ୍ତମ ପୁରବ୍ଲକଅଧକ୍ଷାପିଙ୍କିବେହେରା, ଓ ୫ ଗୋଟି ଥାନା ଯଥା ପୁରୁଷୋତ୍ତମପୁରର ଆଇ ଆଇସି ବିପିନ କୁମାର ହୋତା, ପୋଲସରା ର ଥାନାଧିକାରୀ କୌଶିକମାଝୀ, କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ବେଗୁନିଆପଡା ଥାନା ଅଧିକାରୀ ଅଶୋକ କୁମାର ଲାନ୍ସଜା ଙ୍କ ସହିତ ପୁରୁଷୋତ୍ତମପୁର ଯେଏମଏଫସି କୋର୍ଟ ର ସରକାରୀ ଆଇନ ଯିବି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବାର ଆସୋ ସିଏସନ ର ସମ୍ପାଦକ ସିମାଞ୍ଚଳ ମିଶ୍ର, ସ୍ୱରାଜ୍ୟ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଗୌଡ଼ ଙ୍କ ସହ ବହୁ ଆଇନ ଯିବି ଓ ସାମ୍ବାଦିକ ଉପସ୍ଥିତ ଥିଲେ ।

ଏହାସହ ପୁରୁଷୋତ୍ତମପୁର ଥାନା ଓ ଏସ୍ଡ଼ିପିଓ ଅଫିସିର ସେକେଣ୍ଡ ଅଫିସର,ଓ ଏଏସ ଆଇ ଏବଂ ଷ୍ଟାଫ ମାନେ ଉପସ୍ଥିତ ଥିଲେ । ଏହା ଏକ କୋଟି ଛ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନବନିର୍ମିତ କୋଠା ର ଉଦ୍ଘାଟନ ହୋଇସାରିଛି । ଏହାଦ୍ୱାରା ଏସଡ଼ି ପିଓ ଅଫିସି ର ନିଜସ୍ୱ କୋଠା ନଥିବାରୁ ପୁରୁଷୋତ୍ତମପୁର ଥାନା ପରିସରର ଏକ କୋଠାରେ କାର୍ଯ୍ୟ ହେଉଥିଲା | କିନ୍ତୁ ଏବେ ନିଜସ୍ୱ କୋଠା ହୋଇ ଥିବାରୁ ଏସଡ଼ି ପିଓ ଏବଂ ଷ୍ଟାଫ ଙ୍କ ସହ ଜନ ସାଧାରଣ ଓକିଲ ମାନେ ବହୁତ ଉପକୃତ ହୋଇ ପାରିବେ ।