ନିଶାମୁକ୍ତ ଭାରତ ଅଭିଯାନ ବୈଠକ

0
43
ନିଶାମୁକ୍ତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୩) : ଆଜି ତା-୧୫.୦୩.୨୦୨୪ ରିଖରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥିତ ଚିନ୍ତନ କକ୍ଷରେ ନିଶାମୁକ୍ତ ଭାରତ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଅଛି ।WhatsApp Image 2024 03 15 at 18.26.41 ନିଶାମୁକ୍ତ ଭାରତ ଅଭିଯାନ ବୈଠକ

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରାୟଗଡା, ଶ୍ରୀ ବିଷ୍ଣୁ ଚରଣ ପାତ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ରାୟଗଡା, ଡଃ ଭି.ଏଲ.ଏନ ରାଜୁ, ଅବକାରୀ ଅଧିକ୍ଷକ, ରାୟଗଡ଼, ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ, ଅତିରିକ୍ତ ଅବକାରୀ ଅଧିକ୍ଷକ, ରାୟଗଡ଼, ଶ୍ରୀ ଗୁପ୍ତେଶ୍ଵର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼, ଶ୍ରୀ ଭଜନଲାଲ ମାଝି, ପ୍ରୋଗ୍ରାମ ଅଫିସର, ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ, ରାୟଗଡ, ଶ୍ରୀମତୀ ଜଗଦୀଶ୍ଵରୀ ଅଲଲୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡା, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଶିକ୍ଷାବିତ, ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ଆଇ.ଆର.ସି.ଏ ସହଯୋଗୀ, ଶ୍ରୀ ଅକ୍ଷୟ କୁମାର ଭୋଇ ଏବଂ ମନବାବୁ ନାଗ ପ୍ରଭୃତି ଉପସ୍ଥିତ ଥିଲେ ।

ଏହି ବୈଠକରେ ତୃଣମୂଳ ସ୍ତରରୁ କିପରି ନିଶା ନିବାରଣ କରାଯାଇପାରିବ, ତାହା ସବିଶେଷ ଆଲୋଚନା କରଯାଇଥିଲା । ଏଥି ନିମନ୍ତେ, ସୋସିଆଲ ମିଡିଆ ଓ ଖବରକାଗଜ ରେ ଜନସାଧାରଣଙ୍କୁ ସଚେତନ କରିବାର ପନ୍ଥା ଅବଲମ୍ବନ କରିବାର ଆଲୋଚନା ହୋଇଥିଲା । ଏତଦବ୍ୟତୀତ, ଏନ.ସି.ସି ଓ ସ୍କାଉଟ ଗାଇଡଙ୍କ ସହଯୋଗରେ ନଗର ପରିକ୍ରମା କରିବା ସହ ଗଳିକନ୍ଦି ଛକରେ ନାଚ, ଗୀତ ମାଧ୍ୟମରେ ନିଶା ନିବାରଣର ସଚେତନତା ବାର୍ତ୍ତା ପ୍ରେରଣ କରିବାର ଆଲୋଚନା କରଯାଇଥିଲା ।