ନିର୍ବାଚନ ପୂର୍ବରୁ ନେତା ଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

0
71
ନିର୍ବାଚନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୩) : ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବିଜୁ ଜନତା ଦଳ କିଛି ନେତାଙ୍କୁ ପୁନଃ ଦଳ କୁ ସ୍ୱାଗତ କରିଛି ।

ପ୍ରକାଶ ଥାଉକି ଗତ ମୁନିସିପାଲିଟି ନିର୍ବାଚନ ବେଳେ ଗଜପତି ଜିଲ୍ଲା ବିଜୁ ଜନତାଦଳ ଉପ ସଭାପତି ଶ୍ରୀ କାରିମି ଆପ୍ପାରାଓ (ମଧୁ) ଙ୍କୁ ବିଜେଡ଼ି ସାଙ୍ଘାଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଗତ କାଲି ଏକ ଚିଠି ପହଁଚିଛି । ନିର୍ବାଚନ ସମୟ ରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଥିଲା । ସେ ଚଳିତ ନିର୍ବାଚନ ରେ ପୁଣି ସକ୍ରିୟ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ରାଓ ଆମ ପ୍ରତିନିଧି ଙ୍କୁ କହିଛନ୍ତି । ସେ ନବୀନ ବାବୁ, ପର୍ଯ୍ୟବେକ୍ଷ କ ଶ୍ରୀ ଅତନୁ ସବ୍ୟସାଚୀ, ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଜ୍ଞ୍ୟତା ପ୍ରକାଶ କରିଛନ୍ତି ।