ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

0
39
ପାଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୮/୦୩) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୁତସରସିଙ୍ଗି ପଞ୍ଚାୟତ ଦାସିଆମାରିପଲ୍ଲୀ ଗ୍ରାମ ଛକରେ ମହିଳା ଙ୍କ ରାସ୍ତା ରୋକ l

ଦୀର୍ଘ ଦିନଧରି ଗ୍ରାମରେ ଲାଗି ରହିଥିବା ପାଣି ସମସ୍ୟା ଦୂର କରିବା ପ୍ରତିବାଦରେ ଆଜି ସକାଳ ୭ ଟା ଠାରୁ ପୁରୁଷୋତ୍ତମପୁର ଆସିକା ରାଜ୍ୟ ରାଜପଥରେ ହାଣ୍ଡି ମାଠିଆ ରଖି ଶତାଧିକ ମହିଳା ରାସ୍ତା ଅବରୋଧ କରିଛନ୍ତି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରିରହିବା ନେଇ କହିଛନ୍ତି ମହିଳା ।