ଝିଅର ତଣ୍ଟି ଚିପି ମାରିଦେଲା ବାପା !

0
34
ଝିଅର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୩) : ନିଜ ରକ୍ତର ସମ୍ପର୍କକୁ ପର କରିଦେଲା ବାପା । ଅତି ବୀଭତ୍ସ ଭାବେ ନିଜ ଝିଅର ତଣ୍ଟି ଚିପି ମାରିଦେଲା ବାପା !

ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଲପୁର ଓଡ଼ିଆରପି କଲୋନୀରେ ରହୁଥିଲେ ଗୋପାଳ ବେହେରାଙ୍କ ପରିବାର । ପରିବାର କହିଲେ ପତ୍ନୀ, ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ । ଗୋପାଳ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରନ୍ତି । ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର । ସବୁଦିନ ପରି ଆଜି ସକାଳରେ ଗୋପାଳଙ୍କ ସ୍ତ୍ରୀ ରୋଷେଇ କରୁଥିଲେ । ପୂରା ପରିବାର ସାଙ୍ଗରେ ଖାଇଥିଲେ । ଗୋପାଳ ଓ ପୁଅ ଝିଅଙ୍କୁ ଘରେ ଛାଡ଼ି କାମ କରିବା ପାଇଁ ଯାଇଥିଲେ ପତ୍ନୀ । ସେତେବେଳେ ଘରେ ସବୁ କିଛି ଠିକ୍‌ ଠାକ୍‌ ଥିଲା । ମଧ୍ୟାହ୍ନରେ ଆସିଲା ଦୁଃଖଦ ଖବର । ଘର ଭିତରେ ପଡ଼ିଥିଲା ଝିଅର ମୃତଦେହ । ଆଉ ସେଇ ସମୟରେ ଘରେ ନଥିଲେ ଗୋପାଳ ।

ଝିଅର ମୃତ୍ୟୁ ସମ୍ପର୍କରେ ଗୋପାଳଙ୍କ ପୁଅଠାରୁ ଖବର ପାଇ ଧାଇଁ ଯାଇଥିଲେ ସାହି ପଡ଼ିଶା । ସେତେବେଳେ ବିଛଣାରେ ପଡ଼ିଥିଲା ୯ ବର୍ଷ ଝିଅର ମୃତଦେହ । ସମସ୍ତେ ହତବାଗ ହୋଇଯାଇଥିଲେ ।ପଡ଼ୋଶୀ ଏନେଇ ଗୋପାଳଙ୍କ ପତ୍ନୀ ଓ ଥାନାକୁ ଖବର ଦେଇଥିଲେ । ପୁଲିସ ଗାଁ’ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘରେ ଥିବା ଗୋପାଳଙ୍କ ୫ ବର୍ଷର ପୁଅକୁ ପଚାରା ଉଚରା କରିଥିଲା । ଆଉ ତାପରେ ସବୁ କଥା ଗଳଗଳ ହୋଇ କହି ପକାଇଥିଲା କୁନି ପୁଅ । ବାପା ତଣ୍ଟିଚିପି ମାରିଥିବା ସେ ପୁଲିସ ପାଖରେ କହିଥିଲା । ଏହା ପରେ ପୁଲିସ ଗାଁ’ରେ ଚକ୍କର କାଟୁଥିବା ଗୋପାଳକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ ।