ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ, ପୁଣି ଆରମ୍ଭ ହେଲା “ଦେଖିବା ନିତି ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

0
32
ଜୀ ସାର୍ଥକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୦/୦୩) : ଓଡ଼ିଶାର ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ ।

ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ଯାହା ପୂର୍ବ ଅପେକ୍ଷା ନିଆରା ହୋଇଛି । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ । ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି । କାର୍ଯ୍ୟକ୍ରମର ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି ।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ । ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ । ତେବେ ପୁରା ପ୍ରତିଯୋଗିତାର ଜଣେ ମେଗା ବିଜେତାଙ୍କୁ ମିଳିବ ୧ଲକ୍ଷ ଟଙ୍କା ନଗଦ ପୁରସ୍କାର ।

ଜୀ ସାର୍ଥକର ସର୍ବଦା ଦର୍ଶକଙ୍କ ସହିତ ନିଜ ସମ୍ପର୍କ ଯୋଡ଼ିବା ପାଇଁ ନୂଆ ନୂଆ ପ୍ରୟାସ ଜାରି ରଖିଥାଏ, ସେହିପରି “ଦେଖିବା ନିତି ହେବା ଲକ୍ଷପତି” ଏକ ମାଧ୍ୟମ l ତେଣୁ ଦର୍ଶକମାନେ ଏହି ପ୍ରତିଯୋଗିତାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ ପ୍ରକାଶ କରିଛନ୍ତି l ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ ।