ରେଳ ଷ୍ଟସନ ରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ସନ୍ଦିଘ୍ଧ ଯୁବକ ଗିରଫ

0
54
ରେଳ ଷ୍ଟସନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୯/୦୩) : ଇତି ମଧ୍ୟରେ ଟିଟିଲାଗଡ ରେଳ ଷ୍ଟସନରେ ରେ ଜଣେ ଯୁବକ ଟ୍ରେନ ରେ ପ୍ରାୟ ୫୧ ହଜାର ଟଙ୍କାର ଗଞ୍ଜେଇ ଚାଲାଣ କରିବା ଅବସ୍ଥାରେ ଗିରଫ ହୋଇଥିବା ବେଳେ ପୁଣି ଏହି ଷ୍ଟେସନ ରେ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସନ୍ଦୀଘ୍ଧ ଯୁବକକୁ ଗିରଫ କରାଯାଇଛି ।

ପ୍ରକାଶ ଯେ, ଭାରତ ର ସମସ୍ତ ପ୍ରାନ୍ତ କୁ ସଂଯୋଗ ରହିଥିବା ଅନ୍ୟତମ ଟିଟିଲାଗଡ ରେଳ ଜଙ୍କସନ ରୁ ଏହି ନୀଳ ଜହର ଚାଲାଣ ରାଜ୍ୟ ବାହାରକୁ କରିବା ବେଳେ ଟିଟିଲାଗଡ ଅବକାରୀ ବିଭାଗ ତଥା ରେଳ ଆର ପି ଏଫ୍ ପୋଲିସ ଙ୍କ ମିଳିତ ଉଦ୍ୟମ କ୍ରମେ ୧୨ କେଜି ୨୦୦ ସହ ଗ୍ରାମ ଗଞ୍ଜେଇ ସହ କଳାହାଣ୍ଡି ଜିଲ୍ଲାର ଡ୍ରମ୍ବା ଗ୍ରାମ ର ୨୪ ବର୍ଷୀୟ ଗୋବିନ୍ଦ ନାଏକ ନାମକ ଜଣେ ଯୁବକ କୁ ଗିରଫ କରାଯାଇଛି । ରେଳ ଷ୍ଟେସନ ର ତିନି ନମ୍ବର ପ୍ଲାଟଫର୍ମ ରେ ବିଶାଖାପାଟଣା – ନିଜାମୁଦ୍ଦିନ ଏକ୍ସପ୍ରେସ ଟ୍ରେନ ରହି ଥିବା ବେଳେ ଗଞ୍ଜେଇ ପ୍ୟାକେଟ ଗୁଡ଼ିକ ସହ ଅଭିଯୁକ୍ତ ଯୁବକ ଭୋପାଳ କୁ ଯିବା ପାଇଁ ଟ୍ରେନ ରେ ଥିବା ଅବସ୍ଥାରେ କାବୁ କରାଯାଇ ଥିଲା । ଏ ନେଇ ଗିରଫ ଅଭିଯୁକ୍ତ କୁ ଟିଟିଲାଗଡ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ବିଚାରବିଭାଗୀୟ ବନ୍ଦୀ ଭାବେ ଟିଟିଲାଗଡ ଉପ କାରାଗାର କୁ ସ୍ଥାନାନ୍ତର କରାଯାଇଛି ।