ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ମୁଖ ଗହ୍ୱର ଦିବସ ପାଳିତ

0
32
ଜିଲ୍ଲା ସ୍ୱାସ୍ଥ୍ୟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୩) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଯଶୋଦାଦେବୀ ନର୍ସିଂ ସ୍କୁଲ ସୁବର୍ଣ୍ଣପୁର ପ୍ରକୋଷ୍ଠରେ ବିଶ୍ୱ ମୁଖ ଗହ୍ୱର ଦିବସ ପାଳିତ ହୋଇଯାଇଛି ।

ଏହି କର୍ମଶାଳା ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ, ଡା ସତ୍ୟ ନାରାୟଣ ପଣ୍ଡା ଦାନ୍ତ ବିଶେଷଜ୍ଞ, ଡା ଧରଣୀଧର ସିଂ ଏପିଡେମିଓଲୋଜିଷ୍ଟ ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଓ ଅଧ୍ୟକ୍ଷ ଲିଙ୍କନ ପଣ୍ଡା ଉପସ୍ଥିତ ରହି ଏହି ଦିବସ ପାଳନ ର ଉଦେଶ୍ୟ ବିଷୟରେ ସଚେତନତା ସୃଷ୍ଟି କରି ମୁଖ ଗହ୍ୱର ରୋଗ ର ଦୂରୀକରଣ ନିମନ୍ତେ ଲୋକ ମାନଙ୍କ ମନରେ ଥିବା ଅନ୍ଧବିଶ୍ୱାସ କୁ ଦୁରେଇ ମୁଖ ଏକ ମୂଲ୍ୟବାନ ଅଙ୍ଗ,ଏହା ପ୍ରାଣୀ ର ଦର୍ପଣ ସଦୃଶ ତେଣୁ କିଛିବି ମୁଖ ର ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତୁରନ୍ତ ମୁଖ ବିଶେଷଜ୍ଞ ଡାକ୍ତର ଙ୍କ ପରାମର୍ଶ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ଅତିଥି ମାନେ ୧୦ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ସଭାରେ ଯଶୋଦାଦେବୀ ନର୍ସିଂ ସ୍କୁଲ ସୁବର୍ଣ୍ଣପୁର ର ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟା ମାନଙ୍କୁ ପ୍ରମୋଦ କୁମାର ସାହୁ ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ l