ଘର ତାଲା ଭାଙ୍ଗି ନଗଦ ଟଙ୍କା ଓ ସୁନା ଗହଣା ଚୋରି କରି ଦୁର୍ବୃତ ଫେରାର

0
124
ଘର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୦୩) : ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ୧୫ ନଂ ୱାର୍ଡ ନିବାସୀ ସଂଗ୍ରାମ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିଲମ୍ୱିତ ରାତି ରେ କେହି ନ ଥିବା ବେଳେ ଘର କବାଟ ତାଲା ଭାଙ୍ଗି ଘରୁ ସବୁ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ,ଶ୍ରୀ ପଟ୍ଟନାୟକ ତାଙ୍କ ସପରିବାର ନିଜ ସମ୍ପର୍କୀୟ ନିକଟସ୍ତ ଘର କୁ ଘର ତାଲା ଦେଇ ରାତି ପ୍ରାୟ ୧୦ ଟା ରେ ଯା ଇଥିଲେ । ଘରେ କେହି ନ ଥିବା ସୁଯୋଗ ନେଇ କିଛି ଦୁର୍ବୃତ ବିଳମ୍ବିତ ରାତି ରେ ଆସି ଘର କବାଟ ତାଲା ଭାଙ୍ଗି ଘର ଭିତରେ ପଶି ଘର ଆଲମାରୀ ଲକ୍ ଭାଙ୍ଗି ନଗଦ ଟଙ୍କା ସହ ପ୍ରାୟ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା ସହ ବିଭିନ୍ନ ସାମଗ୍ରୀ ନେଇ ଫେରାର ହୋଇ ଯାଇଥିବା ଜଣା ଯାଇଛି ।

ସକାଳୁ ଘର କୁ ଆସି ଚୋରି ହୋଇ ଯାଇଥିବା ଜାଣି ତୁରନ୍ତ ଟିଟିଲାଗଡ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଛାନ, ଭିନ ତଦନ୍ତ କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । ଏହି ଚୋରି ନେଇ କିଛି ପେଶାଦାର ଚୋରଙ୍କ ସଂଶ୍ଳିଷ୍ଟତା ରହିଥିବା ସନ୍ଦେହ ପ୍ରକାଶ ପାଉ ଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ହେଉଛି ।