ନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ

0
38
ନିର୍ବାଚନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୩) : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରାୟଗଡ଼ା ଓ ଅବକାରୀ ଅଧିକ୍ଷକ ରାୟଗଡ଼ାଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ସଦର ଅବକାରୀ ନିରୀକ୍ଷକ ଶ୍ରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଶେଷଖାଲ ଥାନା ଅର୍ନ୍ତଗତ ଚିନ୍ନାପେଦମ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଦୁଇଟି କେସ ରୁଜ୍ଜୁ କରାଯାଇଛି ।WhatsApp Image 2024 03 21 at 13.16.10 ନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ

ପି ଆର ନମ୍ବର – ୩୫୬/୨୩-୨୪ ରେ ଜାମି ରାମୁ ନାମକ ଅଭିଯୁକ୍ତ କୁ ଜିଲ୍ଲା ମୋବାଇଲ ୟୁନିଟ ଏସ୍ ଆଇ ଗିରଫ କରି ବେଆଇନ ଭାବେ ଚାଲାଣ କରୁଥିବା ୩୦ ଲିଟର ଆଇ ଡି ଏଲ ଜବତ କରିଛନ୍ତି । ସେହିପରି ପି ଆର ନମ୍ବର – ୩୫୭/୨୩-୨୪ ରେ ଜାମି ଶ୍ରୀନୁ ନାମକ ଅଭିଯୁକ୍ତ କୁ ଗିରଫ କରି ୩୦ ଲିଟର ଆଇ ଡି ଏଲ ଜବତ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସେହିପରି ଅନୁରୂପ ଭାବେ ଗୁଡ଼ାରୀ (ଓ ଆଇ ସି) ବସନ୍ତ ଵିଶି ପଦ୍ମପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୧୫୭ ଲିଟର ଆଇ ଡି ଏଲ ଜବତ କରିବା ସହ ୧୦୫୦ ଲିଟର ପୋଚ ନଷ୍ଟ କରିବାରେ ସଫଳ ହୋଇଛନ୍ତିି ।

ନିର୍ବାଚନ ସମୟରେ ବହୁ ମାତ୍ରାରେ ମଦ ମାଫିଆ ସକ୍ରିୟ ହୋଇଥାନ୍ତି । ଆନ୍ତଃ ରାଜ୍ୟ ସିମାବର୍ତ୍ତି ଅଞ୍ଚଳରେ ମଦର ପ୍ରଭାବ ରୋକିବା ସହ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଅବକାରୀ ବିଭାଗର ଏହା ଏକ ପ୍ରୟାସ । ଏହି ଧରପଗଡରେ ଅବକାରୀ ବିଭାଗ ଓ ଜିଲ୍ଲା ମୋବାଇଲ ୟୁନିଟର କର୍ମଚାରୀ ବୃନ୍ଦ ସାମିଲ ଥିବା ସୂଚନା ମିଳିଛି ।