ଆଜିଠୁ ଆରମ୍ଭ ଆଇପିଏଲ; ଉଦଘାଟନୀ ମ୍ୟାଚରେ ଚେନ୍ନାଇକୁ ଭେଟିବ ବାଙ୍ଗାଲୁରୁ

0
51
ଆଜିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୨/୦୩) : ଆଜିଠୁ ଫଟାଫଟ କ୍ରିକେଟ ଆଇପିଏଲ ସମର ଆରମ୍ଭ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲର ୧୭ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଖେଳାଯିବ।

ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ । ଏଥର ପ୍ରଥମଥର ପାଇଁ ଋତୁରାଜ ଗାଏକୱାର୍ଡଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗସ । ଗତକାଲି ଅଚାନକ୍ ଅଧିନାୟକ ପଦରୁ ଓହରିଥିଲେ କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି । ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ । ଏହାର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଉଦଘାଟନୀ ମ୍ୟାଚରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଖିଲାଡି ଅକ୍ଷୟ କୁମାର । ଟାଇଗର ସର୍ଫ, ଏଆର ରେହମାନ ଓ ସୋନୁ ନିଗମ୍ ମଧ୍ୟ ସାମିଲ ହେବେ ।

ସିଏସକେ ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଋତୁରାଜ ଗାଏକ୍ୱାଡ (କ୍ୟାପ୍ଟେନ), ରଚିନ ରବିନ୍ଦ୍ର, ମୋଇନ ଅଲି, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ତୁଶାର ଦେଶପାଣ୍ଡେ, ମୁସ୍ତାଫିଜୁର ରେହମାନ, ମହେଶ ଥିକଶାନା

ଆରସିବି ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (କ୍ୟାପ୍ଟେନ), ବିରାଟ କୋହଲି, କ୍ୟାମେରନ୍ ଗ୍ରୀନ୍, ରଜତ ପଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲାମୋର, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭୁଦେସାଇ, ଲୋକି ଫର୍ଗୁସନ୍, ମହମ୍ମଦ ସିରାଜ, କର୍ଣ ଶର୍ମା।