ପାରଳାଖେମୁଣ୍ଡି ନିର୍ବାଚନ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ସ୍ୱଷ୍ଟ

0
98
ପାରଳାଖେମୁଣ୍ଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୩) : ବିଜେପି ଓ ବିଜେଡ଼ି ର ମେଣ୍ଟ ଆଉ ହେବ ନାହିଁ, ଏକଥା ଉଭୟ ଦଳ ସ୍ୱଷ୍ଟ କରିଦେବା ଫଳରେ ପାରଳା ନିର୍ବାଚନ ମଣ୍ଡଳୀ ରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନିଶ୍ଚୟ

ପାରଳାଖେମୁଣ୍ଡି ନିର୍ବାଚନ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ସ୍ୱଷ୍ଟ । ଗତ କିଛିଦିନ ହେଲା ମେଣ୍ଟ ନେଇ ଜନତା ଓ ନେତା ସମସ୍ତେ ଏକ ପ୍ରକାର ଦ୍ଵନ୍ଦ ରେ ଥିଲେ, ଗତକାଲି ବିଜେପି ରାଜ୍ୟ ସଭାପତି ମସନମୋହନ ସାମଲ ଓ ବିଜେଡ଼ି ସଂଘଠନ ସମ୍ପାଦକ ବବିଦାସ ଉଭୟ ନିଜ ନିଜ ମତ ସ୍ୱଷ୍ଟ କରିଛନ୍ତି । ଏଣୁ କର୍ମ କ୍ଷେତ୍ର ରେ ଏବେ ବିଜେଡ଼ି ର ଆଶାୟୀ ରୁପେଶ ଓ ବିନେପି ରୁ ନାରାୟଣ ରାଓ, ଓ କଂଗ୍ରେସ ରୁ ବିଜୟ ଙ୍କ ପ୍ରାଥୀତ୍ୱ ପୁରା ପକ୍କା ହେବ ବୋଲି ଆଶା ବାନ୍ଧିଛନ୍ତି । କିନ୍ତୁ ବିଜେଡ଼ି ରେ ଆନ୍ତର୍ଦ୍ୱନ୍ଦ୍ୱ ନ ହେଲେ ରୁପେଶ ଙ୍କ ପାଇଁ ବାଟ ଉନ୍ମୁକ୍ତ ରହିଛି ।

ନାରାୟଣ ଙ୍କ କେ. ସୀତାପୁର, ହାଡୁଭାଙ୍ଗି, କିଣିଗାଁ, ଖଣ୍ଡାବା ପଞ୍ଚାୟତ ରେ ଦବଦବା ରହିଛି, ଏତଦବ୍ୟତୀତ କାଶୀନଗର ଏନ ଏ ସି ରୁ ପ୍ରାୟ ୨୫୦୦ ଭୋଟ ନେଇପାରିବେ, ସର୍ବମୋଟ ଭାବେ ଗୋଶାଣୀ ବ୍ଲକ ଓ ପାରଳା ମୁନିସିପାଲିଟି ଓ ଗୁମ୍ମା ବ୍ଲକ ର ଭୋଟ ଯଦି ପ୍ରାୟ ଭୋଟ ୨ ଲକ୍ଷ ପୋଲିଙ୍ଗ ହୁଏ ତାହା ହେଲେ ଯେକୌଣସି ପ୍ରାର୍ଥୀ ୭୦,୦୦୦ ଭୋଟ ଆଣିଲେ ପ୍ରାୟ ୭ ରୁ ୮ ହଜାର ଭୋଟ ମାର୍ଜିନ ରେ ଜୟଯୁକ୍ତ ହେବେ କିନ୍ତୁ କଂଗ୍ରେସ ଓ ବିଜେଡ଼ି ବିଜେପି ପାଇଁ କଣ୍ଟକ ସାଜିବେ । ନିର୍ବାଚନ ମେ ୧୩ ତାରିଖରେ ହେବାକୁ ନିର୍ଧାରଣ ହୋଇଛି, ଏଣୁ ପର୍ଯ୍ୟାପ୍ତ ସମୟ ସବୁ ଦଳ ପାଖରେ ରହିଛି ।

ଗୁମ୍ମା ରେ କଂଗ୍ରେସ ର ସ୍ଥିତି ଭଲ ଥିବା ବେଳେ ତା ପଛକୁ ବିଜେଡ଼ି ଓ ବିନେପି ରହିବେ ବୋଲି ଜଣା ପଡୁଛି । ବର୍ତମାନ ତିନିଗୋଟି ବ୍ଲକ ଓ ଦୁଇଟି ପୌର ସଂସ୍ଥା ରେ ବିନେଡି ରହିଛି । ବ୍ଲକ ନିର୍ବାଚନ ହୋଇ ଦୁଇବର୍ଷ ବିତିଯାଇଛି, ଏଣୁ ଲୋକ ଙ୍କ ମଧ୍ୟରେ ଅଶାନ୍ତି ଓ ବିଷୋଦ୍ଗାର କରୁଥିବାରୁ ଶାସକ ଦଳ ପ୍ରତି କିଛି ଭୋଟ ବାଦ ପଡିପାରେ, ଏଣୁ ଏବେଠାରୁ ହରଣ ମିଶାଣ କରିବା ଭୁଲ ହେବ । କିନ୍ତୁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନିଶ୍ଚୟ ।