ଘର ଭିତରୁ କୁଟୁରାକୁ ଉଦ୍ଧାର କଲା ବନ ବିଭାଗ

0
64
ଘର ଭିତରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୩/୦୩) : ଘର ଭିତରୁ କୁଟୁରା ଉଦ୍ଧାର କଲା ବନ ବିଭାଗ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପୁରୁଣାକଟକ ଥାନା ପରିସରରୁ ବିଳମ୍ବିତ ରାତିରେ ପୁରୁଣାକଟକ ବନାଞ୍ଚଳ କର୍ମଚାରୀ ଏକ କୁଟୁରାକୁ ଉଦ୍ଧାର କରିଛନ୍ତି l

ପାରାପିଟ ଜଙ୍ଗଲରୁ କୁଟୁରାଟି ପୁରୁଣାକଟକ ଥାନା ପରିସରକୁ ଆସି ଏକ ଘର ଭିତରେ ପଶିଯାଇଥିଲା । ଏ ନେଇ ଥାନା ଆଇଆଇସି ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର, ଚାରିଛକ ବନପାଳ ବିଜୟାନନ୍ଦ ସାହୁ, ବନପାଳ ସତୀଶ ରଞ୍ଜନ କମ୍ପ ଇ‌ଡ୍ ସହ ପହଞ୍ଚି କୁଟୁରାଟିକୁ ଜୀବନ୍ତ ଉଦ୍ଧାର କରିଥିଲେ । ପରେ ପୁରୁଣାକଟକ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ କୁଟୁରାକୁ ନେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ଆଜି ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।