ବରଗଛ ରେ ବେକରେ ଗାମୁଛା ଲଗେଇ ବ୍ୟକ୍ତିଙ୍କ ଆତ୍ମହତ୍ୟା

0
146
ବରଗଛ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୨୩/୦୩) : ପୁରୁଷୋତ୍ତମପୁର ଠାରୁ ପାଣ୍ଡିଆ ଯିବା କେନାଲ ରାସ୍ତାର ସତସଙ୍ଗ ଭବନ ନିକଟରେ ଥିବା ବରଗଛ ରେ ବେକରେ ଗାମୁଛା ଲଗାଇ ରେଙ୍ଗିଟିପଲ୍ଲୀର ରଞ୍ଜନ ବେହେରା ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।

ଏହାକୁ ଦେଖି କିଛି ଜନ ସାଧାରଣ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନ କୁ ଖବର ଦେଲା ପରେ ପୋଲିସ ଷ୍ଟାଫ ଆସି ଅନୁସନ୍ଧାନ କରି ତାଙ୍କ ପରିବାରକୁ ଜଣାଇଥିଲେ । ଫଳରେ ଖବର ପାଇ ତାଙ୍କ ପରିବାର ଏବଂ ବନ୍ଧୁ ବାନ୍ଧବ ଆସି ଶବକୁ ଗ୍ରହଣ କରି ଶଵବ୍ୟବଚ୍ଛେଦ ଗୃହକୁ ନେଇ ଶବ ବ୍ୟବଚ୍ଛେଦ କରାଇ ଶବକୁ ନେଇ ନିଜ ଗ୍ରାମକୁ ଫେରିଥିଲେ,ତାଙ୍କୁ ଅନୁମାନିକ ୫୨ ବର୍ଷ ହେବ,ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ତାଙ୍କ ବନ୍ଧୁ ବର୍ଗ କହିବା କଥା ସେ ମାନସିକ ଚିନ୍ତାରେ ଥାଇ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରୁଛନ୍ତି ।

ଏହି ଦୁଖଃଦ ଘଟଣା ଦେଖି ତାଙ୍କ ପରିବାର ଏବଂ ବନ୍ଧୁ ବାନ୍ଧବ ଚିନ୍ତାରେ ଭାଙ୍ଗିପଡିଛନ୍ତି, କାରଣ ତିନୋଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ କଣ ହେବ ତାଙ୍କ ପରିବାର କେମିତି ଚାଲିବ ବୋଲି ଦୁଃଖରେ କାନ୍ଦି କାନ୍ଦିସ୍ତବ୍ଧହୋଇଯାଇଛନ୍ତି । ସରକାରଙ୍କ ଦ୍ଵାରା କିଛି ସାହାଯ୍ୟ ମିଳିଲେ ତାଙ୍କ ପିଲାମାନଙ୍କ ଭବିଷ୍ୟତ ହୋଇପାରିବ ବୋଲି ପରିବାର ବର୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି ।