ମୋହନା : ଏନ ଏ ସି ଦାବୀ ନେଇ 5T ଅଧ୍ୟକ୍ଷ ଙ୍କୁ ଭେଟିବେ କ୍ରିୟାନୁଷ୍ଠାନ କମିଟି

0
69
ମୋହନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୩) : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ହେଉଛି ଓଡିଶା ର ବଡ଼ ବ୍ଲକ ଅଟେ । ଏହି ସହର ଦେଇ କୋରାପୁଟ, ଜୟପୁର, ମାଲକାନଗିରି ଅଞ୍ଚଳ କୁ ପ୍ରତ୍ୟେହ ଶହ ଶହ ଗାଡି ଯାଏ, ବରିଷ୍ଠ ନେତା, ମନ୍ତ୍ରୀ ସବୁ ବେଳେ ଏହି ରାସ୍ତା ଦେଇ ଯାଅ ଆସ କରନ୍ତି ।

ଏନ ଏ ସି ଦାବୀ ନେଇ 5T ଅଧ୍ୟକ୍ଷ ଙ୍କୁ ଭେଟିବେ କ୍ରିୟାନୁଷ୍ଠାନ କମିଟି । ରାଜ୍ୟ ସରକାର ଦୁଇଟି କିସ୍ତି ରେ ଏନ ଏ ସି ମୁନିସିପାଲିଟି ଘୋଷଣା କଲେ ମୋହନା କୁ ଏନ ଏ ସି ଦାବୀ କରି ଗଠିତ କ୍ରିୟାନୁଷ୍ଠାନ କମିଟି ନିର୍ବାଚନ ଘୋଷଣା ପୂର୍ବରୁ ମୋହନା ବନ୍ଦ ଘୋଷଣା କରି ପ୍ରତୀକାତ୍ମକ ଧାରଣା ଶାନ୍ତି ପୁର୍ଣ ଭାବେ କରିଥିଲେ । ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମୋହନା ପହଂଚି କମିଟି ଶହ ଆଲୋଚନା କରି ଥିଲେ, ସେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଜଣାଇ ଥିବା ସେମାନେ କ୍ରିୟାନୁଷ୍ଠାନ କମିଟି ଶହ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରି ଆସିଥିବା କହିଛନ୍ତି, ଶ୍ରୀ ଦଣ୍ଡାସୀ ସାହୁ, ଆନ୍ତର୍ଜାମୀ ଗମାଙ୍ଗ, ବିନେଡି ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାସ ଓ ସେଠାକାର ବୁଦ୍ଧିଜୀବୀ, ରାଜନେତା ଙ୍କୁ ସାକ୍ଷାତ କରି ଫେରିଥିବା ଜଣାପଡିଛି ।