ହାଇଦ୍ରାବାଦ ରେ ପ୍ରବାସୀ ଭୋଟରଙ୍କୁ ସାକ୍ଷାତ କଲେ ହାଇଟେକ ଅଧ୍ୟକ୍ଷ

0
98
ହାଇଦ୍ରାବାଦ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୩) : ବର୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରବାସୀ ଭୋଟର ଙ୍କୁ ହାତ ଛଡା ନ କରିବା ପାଇଁ ବିଜେଡ଼ି ଦଳ କସରତ ଆରମ୍ଭ କରିଦେଇଛି ।

ହାଇଦ୍ରାବାଦ ରେ ପ୍ରବାସୀ ଭୋଟରଙ୍କୁ ସାକ୍ଷାତ କଲେ ହାଇଟେକ ଅଧ୍ୟକ୍ଷ । ପ୍ରଯଶ ଥାଉକି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ଆଶାୟୀ ଶ୍ରୀ ରୁପେଶ ପାଣିଗ୍ରାହୀ ନିର୍ବାଚନ ମୈଦାନ କୁ ଓଲ୍ହାଇବା ନିଶ୍ଚିତ ଥିବା ପରି ମନେ ହେଉଛି । ଏଣୁ ହାଇଟେକ ଚେୟାରମ୍ୟାନ ଶ୍ରୀ ତିରୁପତି ପାଣିଗ୍ରାହୀ ଯିଏକି ରୁପେଶ ଙ୍କୁ ବାପା ଅଟନ୍ତି ସେ ହାଇଦ୍ରାବାଦ ରହୁଥିବା ପ୍ରବାସୀ ଭୋଟ ଯେଭଳି ବିଜେଡ଼ି କୁ ଆସିବ ସେ ନେଇ ଗଜପତି ଜିଲ୍ଲା ର ତେଲୁଗୁ ଓ ଓଡ଼ିଆ ଭୋଟର ଯେଉଁ ମନେ ହାଇଦ୍ରାବାଦ ରେ ଦାଦନ ଖଟି ନିଜ ଭିଟାମାଟି ଛାଡି ଅଛନ୍ତି ସେମାନଙ୍କୁ ସାକ୍ଷାତ ନିମନ୍ତେ ଗଜପତି ଜିଲ୍ଲାରୁ ଗୋଶାଣୀ ବ୍ଲକ ଅଧ୍ୟକ୍ଷ, କାଶୀନଗର ଏନ ଏ ସି ଉପାଧ୍ୟାଖ୍ୟ ଓ ସଦ୍ୟ ବିଜେଡ଼ି ରେ ଅନ୍ତର୍ଭୁକ୍ତ କେ. ଆପ୍ପାରାଓ ଙ୍କୁ ନେଇ ଏକ ଦଳ ହାଇଦ୍ରାବାଦ ରେ ପହଂଚି ଏମାନଙ୍କୁ ସାକ୍ଷାତ କରିଥିବା ଜଣା ଯାଇଛି ।

ପ୍ରବାସୀ ଭୋଟର ମୁଖ୍ୟତଃ କୋଇମ୍ବାଟୁର, ବିଶାଖାପାଟଣା, ରାଜ ମହେନ୍ଦରି, ହାଇଦ୍ରାବାଦ, ଓ ବାଙ୍ଗାଲୁର ରେ ବହୁତ ଦାଦନ ରୁହନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ୧୫୦୦ ରୁ ଦୁଇ ହଜାର ହେବ । ଏଣୁ ଏହି ଭୋଟ ନିର୍ଣ୍ଣାୟକ ହେବ । ଆଜି ରୁପେଶ ହାଇଦ୍ରାବାଦ ଯାଇ ଭୋଟର ଙ୍କୁ ମିଶିବା କାର୍ଯ୍ୟକ୍ରମ ରହିଛି । ଏହି ଟିମ ରେ କାଶୀନଗର ବ୍ଲକ ର କେହି ପୁରୁଖା ବିଜେଡ଼ି ନେତା ନ ଥିବା ଦେଖିବାକୁ ମିଳୁଛି, ଏଣୁ କିଛି ମତ ପାର୍ଥକ୍ୟ ଦଳ ଭିତରେ ନାହିଁତ ।