ଜାତୀୟ ରାଜପଥର ଡ୍ରେନ ସଫା କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ

0
51
ଜାତୀୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୪/୦୩) : ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଜାତୀୟ ରାଜପଥର ଡ୍ରେନ ସଫା କଲେ କୁର୍ତମଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ

ସୂଚନା ଅନୁଯାୟୀ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ । ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଛାତ୍ର ମାନଙ୍କୁ ସର୍ବ ସମ୍ମୁଖରେ ଡ୍ରେନ ସଫା କରାଇଲେ ପ୍ରଧାନ ଶିକ୍ଷକ ବିନୋଦ ବେହେରା । ସ୍ଥାନୀୟ ସାଧାରଣ ଲୋକେ ପ୍ରଧାନ ଶିକ୍ଷକଙ୍କ ଏଭଳି କାମ କୁ ନିନ୍ଦା କରିଛନ୍ତି । କୁର୍ତମଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ୫୯ ନମ୍ବର ଜାତୀୟ ରାଜପଥର ପାର୍ଶ୍ବ ରେ ଅବସ୍ଥିତ । ଗତ ଦୁଇ ଦିନ ଧରି ବର୍ଷା ହେବାରୁ ବିଦ୍ୟାଳୟ ରେ ପାଣି ଜମି ରହିଥିଲା । ହେଲେ ଏ ବର୍ଷା ଜଳ କୁ ଆଉ କାହା ଦ୍ଵାରା ନ କରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଡ୍ରେନ ସଫା କରାଇଥିଲେ ପ୍ରଧାନ ଶିକ୍ଷକ ।