ବଢ଼ୁଛି ତାତି; ହୋଲିରେ ୪୦ ଡିଗ୍ରୀ ପାର ହୋଇପାରେ ପାରଦ

0
51
ବଢ଼ୁଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୩) : ଚଳିତ ବର୍ଷ ହଟର୍ ହେବ ହୋଲି । ଆମେରିକୀୟ ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ହୋଲିରେ ୪୦ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ।

ବଢ଼ୁଛି ତାତି; ହୋଲିରେ ୪୦ ଡିଗ୍ରୀ ପାର ହୋଇପାରେ ପାରଦ । ୧୯୭୦ ମସିହାରୁ ଲଗାତାର ଭାବେ କରାଯାଉଥିବା ଏହି ଅଧ୍ୟୟନ ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୪୦ଡିଗ୍ରୀ ତାପମାତ୍ରା ରହିଥାଏ, ହେଲେ ଏବେଠୁ ଭାରତର ୯ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବିଶେଷଜ୍ଞମାନେ କହିଛନ୍ତି ।ତେବେ ଜଳବାୟୁ ପରିବର୍ତ୍ତନ ଲାଗି ପ୍ରବଳ ତାତି ଅନୁଭୂତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଭାରତୀୟ ପାଣିପାଗକୁ ଦେଖିଲେ, ମାର୍ଚ୍ଚ ଓ ଏପ୍ରିଲ ମାସରେ ଉତ୍ତର ଓ ପଶ୍ଚିମ ଭାରତ ବିଶେଷ କରି ଜମ୍ମୁ କାଶ୍ମୀରରେ ତାପମାତ୍ରା ୨.୮ ଡିଗ୍ରୀ ବୃଦ୍ଧି ପାଇଥାଏ । ମିଜୋରାମରେ ୧.୯ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଥାଏ । ଆଗକୁ ହୋଲି ଆସୁଥିବାରୁ ତାପମାତ୍ରାରେ ବୃଦ୍ଧି ଘଟିବା ଏକ ଚିନ୍ତାର କାରଣ ପାଲଟିଛି । ଏବେ ଠାରୁ ଦେଶର ୯ଟି ରାଜ୍ୟରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ୧୯୭୦ ମସିହାରେ ୩ଟି ରାଜ୍ୟ ମହାରାଷ୍ଟ୍ର, ବିହାର ଓ ଛତିଶଗଡ଼ ବ୍ୟତୀତ ତାପମାତ୍ରା ଅନ୍ୟ କୌଣସି ରାଜ୍ୟରେ ୪୦ ଡିଗ୍ରୀ ପାର କରୁନଥିଲା ।

ହେଲେ ଚଳିତ ବର୍ଷ ୯ ରାଜ୍ୟ ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ ବୋଲି କୁହାଯାଉଛି । ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ତାତିର ପ୍ରଭେଦକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରବଳ ତାତି ଅନୁଭୂତ ହେବା ନେଇ ୧୪ ପ୍ରତିଶତ ସମ୍ଭାବନା ରହିଛି । ରାଜ୍ୟର ୩୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର ହେବା ନେଇ ୧ ପ୍ରତିଶତ ସମ୍ଭାବନା ରହିଛି ।

ସେହିପରି ୧୧ଟି ସହରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ୧୦ ପ୍ରତିଶତ ରହିଛି । ସେପଟେ ମଦୁରାଇ ସହର ବ୍ୟତୀତ ଦେଶର କେନ୍ଦ୍ରାଞ୍ଚଳରେ ପ୍ରାୟ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ବିଳାସପୁରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ୩୧ ପ୍ରତିଶତ ରହିଛି । ଏପରି ହେଲେ ୧୯୭୦ ମସିହା ତୁଳନାରେ ଏହା ୨.୫ ଗୁଣା ଅଧିକ ରହିବ ବୋଲି ଜଣାପଡି଼ଛି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ୮ ପ୍ରତିଶତ ରହିଛି । ଯଦି ତାପମାତ୍ରା ବୃଦ୍ଧି ପାଏ, ତେବେ ବିଗତ ଦିନ ତୁଳନାରେ ଏହା ୮.୧ ଗୁଣା ଅଧିକ ।