ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ

0
48
ଜି ଆଇ ଇ ଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୪/୦୩) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚାୟତ ବଡଗୁଡ଼ା ଗ୍ରାମରେ ସେବା ଯୋଜନାର ୟୁନିଟ-୧ (ପୁରୁଷ) ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି ।WhatsApp Image 2024 03 25 at 06.43.54 ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ

ଏହି ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ବିଭାଗର ଡେପୁଟି ଡିନ ପ୍ରଫେସର କେ ମୁରଲୀ ଗୋପାଳ ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ବେଛାସେବୀ ମାନେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ କୌଶଳ ମାଧ୍ୟମରେ ଗ୍ରାମାଞ୍ଚଳର ସମସ୍ୟାର ସମାଧାନ ପାଇଁ ଆଗକୁ ଆସିବା ପାଇଁ ପ୍ରବର୍ତଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ଏହି ସାତ ଦିନରେ ଅନୁଷ୍ଟିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ବିଶ୍ବବିଦ୍ୟାଳୟର ପ୍ରଫେସର ବାଣୀ ପ୍ରସାଦ ନାୟକ, ପ୍ରମୋଦ କୁମାର ପଣ୍ଡା, ଗୋପାଳ କୃଷ୍ଣ ମହନ୍ତ, ଧୂମେଶ ମେହେର ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ଉଚ୍ଚାହିତ କରିଥିଲେ । ଶିବିର ରେ ୫୦ ଜଣ ସ୍ବେଚ୍ଛାସେବୀ ଭାଗ ନେଇଥିଲେ ।