ମହାନଦୀ ଧାରା ର ବାର୍ଷିକ ଉତ୍ସବ ‘ଉତ୍ସାହ’

0
42
ମହାନଦୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୫/୦୩) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରା ଯୁକ୍ତ ୨ ଏବଂ ଯୁକ୍ତ ୩ ଆବସିକ ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ “ଉତ୍ସାହ ୨୦୨୪ ପାଳିତ ହୋଇଯାଇଛି ।WhatsApp Image 2024 03 25 at 12.57.38 ମହାନଦୀ ଧାରା ର ବାର୍ଷିକ ଉତ୍ସବ 'ଉତ୍ସାହ'

ଏହି ବାର୍ଷିକ ଉତ୍ସବରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ ଡି.ଏ.ଭି କଲେଜ ଟିଟିଲାଗଡ଼ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ବେହେରା ସମ୍ମାନିତ ଅତିଥି ଭାବରେ ପ୍ରଫେସର ନୀଳାମ୍ବର ଶତପଥୀ , ରେଡକ୍ରସ ସଭ୍ୟ ଚନ୍ଦ୍ର ଶେଖର ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ପଏଁରି ର ପ୍ରତିଷ୍ଠାତା ତଥା ନୃତ୍ୟ ଗୁରୁ ଚୌଧୁରୀ ବିଭାରଙ୍କ ଦ୍ଵାରା ଏହି ଉତ୍ସବ ଉଦଘାଟିତ ହୋଇଥିବା ବେଳେ ଏଥିରେ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର ପରିଚାଳନା ଦାୟିତ୍ଵ ଥିଲେ ।

ପ୍ରଥମେ ଅର୍ଥନୀତି ଅଧ୍ୟାପିକା ଆଭା ପୂଜାରୀ ବାର୍ଷିକ ବିବରଣୀ ପାଠ କରିଥିଲେ, ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ର ଅନୁଷ୍ଠାନର ଇତିହାସ ଅଧ୍ୟାପକ କାମଦେବ ମିଶ୍ର, ନିଜ ଅନୁଭୂତି ପୂର୍ଣ୍ଣ ଆଶୀର୍ବାଦ ମୂଳକ ବକୃତା ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ମହାନଦୀ ଧାରା ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ନୈତିକ-ବୋଧ ବକୃତା ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଶିବ ପ୍ରସାଦ ବେହେରା ଙ୍କୁ ମହାନଦୀ ଧାରା ସମ୍ମାନ – ୨୦୨୪ ରେ ସମ୍ମାନିତ କରାଗଲା ଏହା ପରେ ଅନୁଷ୍ଠାନର ଅଧ୍ୟାପକ
କିରଣ ସାହୁ, ଅଧ୍ୟାପିକା ପୁଷ୍ପାଞ୍ଜଳି ଏବଂ ଅଧ୍ୟାପକ ରାଧାଶ୍ୟାମ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ ଛାତ୍ରଛାତ୍ରୀ ମାନେ ନିଜର କଳା ପ୍ରତିଭା ପ୍ରଦର୍ଶନ ପୂର୍ବକ ଲୋକ ନୃତ୍ୟ ,ଗୀତ, ଶାସ୍ତ୍ରୀୟ ନୃତ୍ୟ,ରେଂପ୍ ସୋ,କମେଡି ସୋ ଶେଷରେ ବ୍ୟଙ୍ଗ କବି ଗିରୀଶ ଚନ୍ଦ୍ର ମିଶ୍ର ବ୍ୟଙ୍ଗ କବିତା ମାଧ୍ୟମ ରେ ସମସ୍ତ ଙର ମନୋରଞ୍ଜନ କରିଥିଲେ ।