ଗଜପତି ଜିଲ୍ଲା ର ପଣସ ରାଜ୍ୟ ବାହାରେ ବେଶ ଆଦୃତ

0
61
ଗଜପତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୩) : ଗଜପତି ଜିଲ୍ଲା ର ପାହାଡିଆ ଅଂଚଳ ରୁ ଆସୁଥିବା ପଣସ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଆଦୃତ ।

ଗଜପତି ଜିଲ୍ଲା ର କାଶୀନଗର, ଗାଇବା, ଗୁମ୍ମା, ସେରଙ୍ଗ, ଜିରାଙ୍ଗ ରାୟଗଡ଼ ଅଂଚଳ ରୁ ପଣସ ଉତ୍ପାଦିତ ହୁଏ, ଏହି ପଣସ ସିଜନ ଡିସେମ୍ବର ରୁ ଅରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ବହୁ ଲୋକ ଙ୍କ ଜୀବିକା ଅର୍ଜନ ର ବାଟ ହୋଇଥାଏ । ଉଦ୍ୟାନ କୃଷି ବିଭାଗ ର ଆକଳନ ପ୍ରକାରେ ୧୪ ତୁ ୧୫ ମେଟ୍ରିକ ଟୋନ ପଣସ ବିହାର ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ ଇତ୍ୟାଦି ଜାଗାକୁ ରପ୍ତାନି ହୋଇଥାଏ । ଛୋଟ କଷି ପଣସ ବିଭିନ୍ନ ହୋଟେଲ, ରେସ୍ତୁରାନ୍ତ ରେ ଚାହିଦା ରହିଛି, ପଣସପଲାଉ, କୁର୍ମା, ପଣସ ର ପୀଠାଉ ଭଜା ଗାଁ ଗହଳି ରେ ଆଦୃତ ।

ପଣସ କୁ ସଂରକ୍ଷଣ ପାଇଁ ଗଜପତି ଜିଲ୍ଲାରେ ଶୀତଳ ଭଣ୍ଡାର ନ ଥିବାରୁ କିଗ୍ରା ପ୍ରତି ୭/୮ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି । ଯଦି ଗଜପତିରେ ଏକ ବିରାଟ ଶୀତଳ ଭଣ୍ଡାର ହୁଏ ଟମାଟ, ଫୁଲ କୋବି, ପଣସ ଆଦି ବିଭିନ୍ନ ପନି ପରିବା ସଂରକ୍ଷିତ ରଖି ଚାଷୀ ଦୁଇ ପଇସା ଲାଭ ପାଇଥାନ୍ତେ ।