ପେଞ୍ଜାବାଲି ଜଙ୍ଗଲରେ ଲୁଚା ଯାଇଥିବା ଟନ୍ ଟନ୍ ଗଞ୍ଜେଇ ଜବତ

0
62
ପେଞ୍ଜାବାଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୬/୦୩) : ବୌଦ୍ଧରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପେଞ୍ଜାବାଲି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ଥିବା ଏକ ଟନରୁ ଅଧିକ ଗଞ୍ଜେଇକୁ ଜବତ କଲା ପୋଲିସ ।

ବିପୁଳ ପରିମାଣର ଗଞ୍ଜେଇକୁ ରଖି ବଡ ଧରଣର ଡିଲ୍ ପାଇଁ ଗଂଜେଇ ମାଫିଆମାନେ ପ୍ରସ୍ତୁତ ହେଉଥିଲେ । ଏନେଇ ଖବର ପାଇବା ପରେ ବୌଦ୍ଧ ଏସପି ରାଜ୍ ପ୍ରସାଦଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ଏଥିରେ ୧୦୭୮ କେଜିର ଗଞ୍ଜେଇ ଜଙ୍ଗଲରୁ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ । ଅନ୍ୟପଟେ କଣ୍ଟାମାଳ ଥାନା କଂସିମିଲି ଜଙ୍ଗଲ ରୁ ୩୦୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ୨୦୨୪ ମସିହାରେ ବୌଦ୍ଧ ପୋଲିସ NDPS ଡ୍ରାଇଭ କରି ୧୦ଟନ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ବେଳେ ୩୫ଜଣ ଗଞ୍ଜେଇ ମାଫିଆଙ୍କୁ ଧରିଛି ।