ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ, ଦୁଇ ମୃତ

0
68
ରାସ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୬/୦୩) : ହୋଲିରେ ଘଟଲା ଅଘଟଣ । ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ । ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଘଟିଛିଆଳିମ ଗାଁ’ର ଦେବରାଜ ଭୋଇ ଓ ଜଣେ ନାବାଳକ ଅଭୟ ଦୋରା ବାଇକ୍‌ରେ କୌଣସି କାମରେ ଯାଇଥିଲେ । ମଧ୍ୟାହ୍ନରେ ସେମାନେ ଘରକୁ ଫେରୁଥିବା ବେଳେ ଗାଁ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପଟି ହୋଇଯାଇଥିଲେ । ଘଟଣା ସ୍ଥଳରେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା । ତେବେ ସ୍ଥାନୀୟ ଲୋକେ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କେସିଙ୍ଗା ଥାନା ପୁଲିସ ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।