ଭୋଜି ଖାଇ ଫେରୁଥିଲେ; ଗଛରେ ପିଟିହେଲା ବାଇକ୍

0
39
ଭୋଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୭/୦୩) : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେଙ୍ଗାମା ଛକ ନିକଟରେ ବିଳମ୍ବିତ ରାତିରେଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ଘୋଡାକୋଣ ଗାଁ’ର ଅଭେନ ରାଇକା । ଆହତ ଯୁବକ ଜଣଙ୍କ ହେଲେ ବୁର୍ଦୁଗୁଡ଼ା ଗାଁ’ର ଦୀନେଶ ରଇତ।ତନ୍ତ୍ର ବିଦ୍ୟା ପରେ ବି ହେଲାନି ଛୁଆ; ତାନ୍ତ୍ରିକଙ୍କ ପୁଅ ଉପରକୁ ଫାୟାରିଂ ତନ୍ତ୍ର ବିଦ୍ୟା ପରେ ବି ହେଲାନି ଛୁଆ; ତାନ୍ତ୍ରିକଙ୍କ ପୁଅ ଉପରକୁ ଫାୟାରିଂ ଗତକାଲି ବିଳମ୍ବିତ ରାତିରେ ଅଭେନ ଓ ଦିନେଶ ଭୋଜି ଖାଇ ବାଇକ ଯୋଗେ ଜି. ଉଦୟଗିରି ଅଭିମୁଖେ ଫେରୁଥିଲେ ।

ଡେଙ୍ଗାମା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ଅଭେନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୀନେଶ ଗୁରତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।