ବାଲେଶ୍ୱର ବଢୁଛି ଡକାୟତି, ସିସିଟିଭିରେ କଏଦ ହେଲା ଦୃଶ୍ୟ

0
45
ବାଲେଶ୍ୱର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୭/୦୩) : ଦିନ ଆଲୋକରେ ବାଇକ ଝାମ୍ପି ନେଲେ ଡ଼କାୟତ । ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ । ବାଲେଶ୍ୱର ଭୋଗରାଇରେ ଘଟିଛି ଘଟଣା ।

ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ସମୁଖରୁ ଏକ ବାଇକକୁ ଝାମ୍ପି ନେଇଛନ୍ତି ଦୁଇ ଜଣ ଡ଼କାୟତ । କୀର୍ତିକା ଲାଇକ ଷ୍ଟାଇଲ ନାମକ ଏକ ଘରେଇ କପଡା ଦୋକାନୀ ନିଜ ଦୋକାନରେ ପୂଜାର୍ଚ୍ଚନା କରୁଥିବା ବେଳେ ଦୁଇ ଜଣ ଆସି ତାଙ୍କ ବାଇକକୁ ଚୋରି କରିଥିବା ଜଣା ପଡିଛି । ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ସେହି ପରି ଚନ୍ଦନେଶ୍ବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟଙ୍କ ଘରୁ ବିଳମ୍ବିତ ରାତିରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ଚୋରି ହୋଇଛି ।

ବାଡ଼ସରିସା ଗ୍ରାମରେ ରହୁଥିଲେ ଫାର୍ମାସିଷ୍ଟ ଭଞ୍ଜକିଶୋର ଜେନା । ତାଙ୍କ ଘରେ ମଧ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଲୁଟିଛନ୍ତି ଚୋର । ଉଭୟ ଘଟଣାକୁ ନେଇ ପୋଲିସର ଛାନଭିନ ଆରମ୍ଭ । ତେବେ କିଛି ଦିନ ଧରି ଭୋଗରାଇର ବିଭିନ୍ନ ଅଞ୍ଚଳରେରେ ଛିନତାଇ, ରାହାଜାନୀ, ଚୋରି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଜିର ଏହି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।