ମହିଳା ଏସିଆ କପ୍‌: ଜୁଲାଇ ୨୧ରେ ଭାରତ-ପାକିସ୍ତାନ ମୁକାବିଲା

0
68
ମହିଳା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୭/୦୩) : ଜୁଲାଇ ମାସରେ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ ପାଇଁ ଆଜି ଏସିଆନ କ୍ରିକେଟ କାଉନସିଲ(ଏସିସି) ମ୍ୟାଚ୍‌ ସୂଚୀ ଜାରି କରିଛି ।

ସେପ୍ଟେମ୍ବର-ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଜୁଲାଇ ୧୯ରୁ ୨୮ ଯାଏ ସମାନ ଫର୍ମାଟରେ ଏସିଆ କପ ଅନୁଷ୍ଠିତ ହେବ । ଶ୍ରୀଲଙ୍କାରେ ଡମ୍ବୁଲାରେ ଖେଳାଯିବାକୁ ଥିବା ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ । ଡିଫେଣ୍ଡିଂ ଚାମ୍ପିୟନ ଭାରତ ଗ୍ରୁପ ଏରେ ରହିଛି । ଭାରତ ସହ ଏହି ଗ୍ରୁପରେ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି । ଗ୍ରୁପ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଅଛନ୍ତି ।

୨୦୨୨ ଏସିଆ କପରେ ୭ଟି ଟିମ ଭାଗ ନେଇଥିଲେ । ୭ଥର ଏସିଆ କପ ଜିତିଥିବା ଭାରତ ତା’ର ଏସିଆ କପ ଅଭିଯାନ ଜୁଲାଇ ୧୯ରୁ ୟୁଏଇ ବିପକ୍ଷରୁ ଆରମ୍ଭ ହେବ । ଏହାପରେ ଦଳ ଜୁଲାଇ ୨୧ରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଶେଷ ଲିଗ ମ୍ୟାଚରେ ଭାରତର ମୁକାବିଲା ନେପାଳ ସହ ହେବ । ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପର ଟପ ୨ଟି ଲେଖାଏ ଦଳ ସେମିଫାଇନାଲକୁ ଯିବେ । ଜୁଲାଇ ୨୬ରେ ଦୁଇଟି ଯାକ ସେମି ଓ ଜୁଲାଇ ୨୮ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ।

ପୂର୍ଣ୍ଣ ମ୍ୟାଚ୍‌ ସୂଚୀ

୧- ଜୁଲାଇ ୧୯- ଭାରତ ବନାମ ୟୁଏଇ ଓ ପାକିସ୍ତାନ ବନାମ ନେପାଳ

୨- ଜୁଲାଇ ୨୦- ମ୍ୟାଲେସିୟା ବନାମ ଥାଇଲ୍ୟାଣ୍ଡ ଓ ଶ୍ରୀଲଙ୍କା ବନାମ ବାଂଲାଦେଶ

୩- ଜୁଲାଇ ୨୧ –ନେପାଳ ବନାମ ୟୁଏଇ ଓ ଭାରତ ବନାମ ପାକିସ୍ତାନ

୪- ଜୁଲାଇ ୨୨- ଶ୍ରୀଲଙ୍କା ବନାମ ମ୍ୟାଲେସିୟା ଓ ବାଂଲାଦେଶ ବନାମ ଥାଇଲ୍ୟାଣ୍ଡ

୫- ଜୁଲାଇ ୨୩ – ପାକିସ୍ତାନ ବନାମ ୟୁଏଇ ଓ ଭାରତ ବନାମ ନେପାଳ

୬- ଜୁଲାଇ ୨୪ – ବାଂଲାଦେଶ ବନାମ ମ୍ୟାଲେସିୟା ଓ ଶ୍ରୀଲଙ୍କା ବନାମ ଥାଇଲ୍ୟାଣ୍ଡ