ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା

0
63
ଓ୍ବାଶିଂ ମେସିନ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୭/୦୩) : ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା । ଇଡି ପକ୍ଷରୁ ଚଢଉ ବେଳେ ବିପୁଳ ପରିମାଣର ଟଙ୍କା ଠାବ କରାଯାଇଛି ।

ଓ୍ବାସିଂ ମେସିନ ଭିତରେ ଥିବା ଅଢେଇ କୋଟି ଟଙ୍କାକୁ ଜବତ କରିଛି ଇଡି । ବେନାମୀ କଂପାନୀ ନାଁରେ କୋଟି କୋଟି ଟଙ୍କା ଠୁଳ କରୁଥିବା ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢଉ କରିଥିଲା । ଇଡିର ଟିମ୍ ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଲକତା ଓ ହରିଆଣାର କୁରୁକ୍ଷେତ୍ରରେ ରେଡ୍ କରିଥିଲା ।

ଏହି ବେନାମୀ କମ୍ପାନୀ ଗୁଡିକର ନିର୍ଦ୍ଦେଶକ ଓ ଅଂଶୀଦାର ମାନେ ଇଡି ସ୍କାନରେର ରହିଛନ୍ତି । ସେମାନେ କେଉଁ ସୂତ୍ରରୁ ଏତେ ପରିମାଣର ଟଙ୍କା ଆୟ କରିଥିଲେ ସେ ସମ୍ପର୍କରେ ଇଡି ଖୋଳତାଡ କରୁଛି । କିନ୍ତୁ କେଉଁ ସ୍ଥାନରୁ ଓ୍ବାସିଂ ମେସିନ ଭିତରୁ ଅଢେଇ କୋଟି ଟଙ୍କା ଜବତ ହୋଇଛି ସେ ସମ୍ପର୍କରେ ଇଡି ସ୍ପଷ୍ଟ କରିନାହିଁ । ବର୍ତ୍ତମାନ ସୁଦ୍ଧା ୪୭ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା ଇଡି ସୂଚନା ଦେଇଛି ।