ଗାଈ କ୍ଷୀରରୁ ହେବ ଇନ୍ସୁଲିନ୍‌ !

0
32
ଗାଈ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୪/୦୩) : ଗାଈ କ୍ଷୀରରୁ ଇନ୍‌ସୁଲିନ୍‌ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ପଶୁ ବୈଜ୍ଞାନିକ ମୈଟ ହ୍ୱଲର ଏମିତି ଏକ ଚମତ୍କାର କରି ଦେଖାଇଛନ୍ତି ।

ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ସଦୃଶ ପାଲଟିବ । ଜିନ୍‌ରେ ପରିବର୍ତ୍ତନ କରି ବୈଜ୍ଞାନିକ ମାନେ ଏମିତି ଗାଈକୁ ଜନ୍ମ ଦେଇଛନ୍ତି, ଯେଉଁ ଗାଈର କ୍ଷୀରରେ ଇନ୍ସୁଲିନ୍‌ ପରିପୂର୍ଣ୍ଣ ରହିବ । ବ୍ରାଜିଲରେ ପ୍ରଥମ ଟ୍ରାନ୍ସଜେନିକ ଗାଈ ଇନ୍ସୁଲିନ ବାଲା କ୍ଷୀର ଦେବାର ସକ୍ଷମ ହୋଇସାରିଛି । ବିଶ୍ୱରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ୫୦ କୋଟି । ଏଥରୁ ଖାଲି ୧୦ କୋଟି ଡାଇବେଟିସ ରୋଗି ଭାରତରେ । ଟାଇପ୍‌ ଓ୍ୱାନ ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରତ୍ୟେକ ଦିନ ଇନ୍ସୁଲିନ୍‌ର ଆବାଶ୍ୟକତା ପଡିଥାଏ । ଡାବେଟିସ୍‌ ରେ ଇନ୍ସୁଲିନର ଅଭାବ ରହିଥାଏ । ଯେଉଥିପାଇଁ କିଡନି, ଲିଭର, ଆଖୀ ହାର୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କ୍ଷତିଗ୍ରସ୍ତ ହୋଇଥାଏ । ଗୋମାତା କ୍ଷୀରରୁ ଇନ୍ସୁଲିନ ହଜାର ହଜାର ଲୋକଙ୍କ ପାଇଁ ରାମବାଣ ସଦୃଶ ହୋଇପାରେ ।