ବିଜେଡ଼ି ର ୭୧ ଜଣ ବିଧାନସଭା ଟିଜେଟ ଘୋଷିତ ପାରଳା ତାଲିକା ନାହିଁ

0
67
ବିଜେଡ଼ି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୩) : ବିଜେପି ପ୍ରଥମେ ସାଂସଦ ଙ୍କ ନାମ ଘୋଷଣା କରିବା ପରେ ଆଜି ବିଜେଡ଼ି ୧୫ ଜଣ ସାଂସଦଙ୍କ ନାମ ଘୋଷଣା କରିଥିବା ବେଳେ ୭୧ ଜଣ ବିଧାୟକ ଙ୍କ ତାଲିକା ପ୍ରକାଶ କରିଛି, ଏଥିରେ ପାରଳାଖେମୁଣ୍ଡି ସିଟ ର ତାଲିକା ନାହିଁ, ଏନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି l

ବିଜେପି ମଧ୍ୟ ତାର ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିନାହିଁ l ସେପଟ କଂଗ୍ରେସ ମଧ୍ୟ ଏଯାଏଁ ନିଜ ର କୌଣସି ତାଲିକା ଛାଡ଼ିନାହିଁ l ଏଣୁ ପାରଳାଖେମୁଣ୍ଡି ଆସନ ପାଇଁ ସବୁ ଦଳ ରେ ଭେଳିକି ଲାଗି ରହିଛି l ଭୋଟର କିନ୍ତୁ ସବୁ ରାଜନୈତିକ ପାଣିପାଗ କୁ ଚର୍ଚ୍ଚା କରୁଛନ୍ତି l ନିର୍ବାଚନ ମେ ୧୩ରେ ଥିବାରୁ ବାକି ୪୫ ଦିନ ବାକି ରହିଛି l ସାଧାରଣ ଲୋକ ବି ବିଭିନ୍ନ ପ୍ରକାର ନିର୍ବାଚନୀ ପୋଲ ଦେଖୁଛନ୍ତି l ସବୁ ଦଳ ପରିବାର ବାଦକୁ ପ୍ରଶୟ ଦେଉଛନ୍ତି l ବିଜେଡ଼ି ମଧ୍ୟ ପରିସ୍ଥିତି ଦେଖି କିଛି ନୂଆ ମୁଁହ କୁ ସ୍ଥାନ ଦେଇଛି, ଏଣୁ ପାରଳା ଆସନ ରେ ମଧ୍ୟ ଦଳ ନୂଆ ମୁଁହ ଦେବ ବୋଲି ଚିନ୍ତା କରୁଥିବା ଜଣାପଡୁଛି l ଗଜପତି ର ମୋହନା ପାଇଁ ମଧ୍ୟ କାହାର ନାମ ଘୋଷଣା କରିନାହିଁ l

ଏହି ଆସନ ଟି ଅଫିବାସୀ ଙ୍କ ପାଇଁ ସଂରକ୍ଷିତ ରହିଛି l ଜିଲ୍ଲାର ଫୁଇଟି ଆସନ ରୁ ଗୋଟିଏ ବିଜେପି ଓ ଗୋଟିଏ କଂଗ୍ରେସ ନେଇଛି ଗତ ନିର୍ବାଚନ ରେ, କିନ୍ତୁ ପଂଚାୟତ ନିର୍ବାଚନ ରେ ବିଜେଡ଼ି ଏକ ପାଖିଆ ବାଜିମାତ ମରିନେଇଛି, ଏଣୁ ଗଜପତି ର ଦୁଇଟି ଆସନ ପାଇଁ ବିଜେଡ଼ି ସ୍ୱତନ୍ତ୍ର ରଣ କୌଶଳ କରିବ, କଂଗ୍ରେସ ବିଜୟ ପଟନାୟକ ଙ୍କୁ ପ୍ରାଥୀ କରିବ, ଦାଶରଥି ମୋହନା ପାଇଁ ପୁନଃ ପ୍ରାର୍ଥୀ ହୋଇପାରନ୍ତି!| ବର୍ତମାନ ବଡ଼ ରୋଚକ ପରିସ୍ଥିତି ସୃଷ୍ଟି ହୋଉଛି l