ସେଞ୍ଚୁରିଅନ ରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ନାତକ ସମ୍ମାନ ପ୍ରଦାନ

0
107
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୭/୦୩) : ସେଞ୍ଚୁରିଅନରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ନାତକ ସମ୍ମାନ ପ୍ରଦାନWhatsApp Image 2024 03 27 at 22.58.17 1 ସେଞ୍ଚୁରିଅନ ରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ନାତକ ସମ୍ମାନ ପ୍ରଦାନ

ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ସେଞ୍ଚିରିଅନ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାଥମିକ ସ୍ତରର ୟୁକେଜିରୁ ପ୍ରଥମ ଶ୍ରେଣୀକୁ ଉତ୍ତିର୍ଣ୍ଣ ହୋଇଥିବା ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢା ପ୍ରତି ଉତ୍ସାହିତ କରିବା ଦିଗରେ ସ୍ନାତକ ପୋଷାକ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଟ ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର, ଉପାଧ୍ୟକ୍ଷ ସସ୍ମିତା ପ୍ରଧାନୀ, ସେଞ୍ଚୁରିଅନ ପ୍ରଶାସନିକ ଅଧିକାରୀ ସୁସ୍ମିତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଶ୍ରୀ ମହାନ୍ତ ଓ ଉପସ୍ଥିତ ସମସ୍ତ ଅଭିଭାବକ ମାନେ ଏଭଳି ଅଭିନବ କାର୍ଯ୍ୟକ୍ରମ କୁ ଭୁରି ପ୍ରଶଂସା କରିଥିଲେ ।