ଜଙ୍ଗଲରୁ ଗଞ୍ଜେଇ ଜବତ, ଘଟଣା ସ୍ଥଳରୁ ମାଫିଆ ଫେରାର

0
32
ଜଙ୍ଗଲରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୮/୦୩) : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲଦାପୁଟ କାଜୁ ଜଙ୍ଗଲରୁ ୩୮୦କେଜି ୯୦୦ଗ୍ରାମର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୁଲିସ ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ପାଲଦାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମାଛକୁଣ୍ଡ ପୁଲିସ ଖବର ପାଇଥିଲା । ଏନେଇ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ମିଳିତ ଭାବେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ପୁଲିସ ତାର ଟିମ୍‌ ସାହାଯ୍ୟରେ ଆଜି ପାଲଦାପୁଟ ଜଙ୍ଗଲରେ ଚଢ଼ାଉ କରିଥିଲା । ପୁଲିସର ଚଢାଉ ବେଳେ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ମାନେ ଖସି ପଳାଇଥିଲେ । ଏପଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନାହିଁ ।