ଆଇପିଏଲ ରେ ହାଇଦ୍ରାବାଦର ନୂଆ ରେକର୍ଡ, ମାରିଲା ୨୭୭ ରନ

0
56
ଆଇପିଏଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୩) : ଆଇପିଏଲ ର ୧୭ତମ ସଂସ୍କରଣରେ ନୂଆ ରେକର୍ଡ କରିଛି ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ସର୍ବାଧିକ ରନ(ଗୋଟିଏ ମ୍ୟାଚ) ହାସଲକାରୀ ଦଳ ବନିଛି ହାଇଦ୍ରାବାଦ ।

ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୨୭୭ ରନ କରିଛି । ଏହାପୂର୍ବରୁ ଏହି ରେକର୍ଡ ଆରସିବି ନାଁ’ରେ ଥିଲା । ୨୦୧୩ରେ ଆରସିବି ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା । ୧୧ ବର୍ଷ ପରେ ଆଜି ଆଜି ହାଇଦ୍ରାବାଦ ଉକ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଦଳ ପକ୍ଷରୁ ଟ୍ରାଭିସ ହେଡ୍‌ ୨୪ ବଲରେ ୬୨ ରନ, ଅଭିଷେକ ଶର୍ମା ୨୩ ବଲରେ ୬୩, ଏଡେନ ମାର୍କରମ ୨୮ ବଲରେ ଅପରାଜିତ ୪୨ ଓ ହେନରିଚ କ୍ଲାସେନ ୩୪ ବଲରେ ୮୦ ରନର ଇନିଂସ ଖେଳିଛନ୍ତି ।

ଅଭିଷେକ ଶର୍ମା ମାତ୍ର ୧୬ ବଲରେ ୫୦ ରନ କରି ବ୍ୟକ୍ତିଗତ ଭାବେ ରେକର୍ଡ କରିଛନ୍ତି । ଆଇପିଏଲରେ ହାଇଦ୍ରାବାଦ ପାଇଁ ଏହା ଦ୍ରୁତତମ ଅର୍ଦ୍ଧଶତକ । ତାଙ୍କ ପୂର୍ବରୁ ସମାନ ମ୍ୟାଚରେ ହେଡ୍‌ ୧୮ ବଲରେ ହାଇଦ୍ରାବାଦ ପାଇଁ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ କିଛି ମିନିଟ ମଧ୍ୟରେ ଅଭିଷେକ ଶର୍ମା ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ । ରେକର୍ଡ ଉପରେ ନଜର ପକାଇଲେ ଆରସିବି ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦୨୩ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ୱିକେଟ ହରାଇ ୨୫୭ ରନ, ଆରସିବି ୨୦୧୬ରେ ଗୁଜରାଟ ଲାଏଅନ୍ସ ବିପକ୍ଷରେ ୩ ୱିକେଟ ହରାଇ ୨୪୮ ରନ ଓ ୨୦୧୦ରେ ଚେନ୍ନାଇ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫ ୱିକେଟ ହରାଇ ୨୪୬ ରନ କରିଥିଲା । କିନ୍ତୁ ହାଇଦ୍ରାବାଦ ଆଜି ସମସ୍ତଙ୍କୁ ପଛରେ ପକାଇ ୨୦ ଓଭରରେ ୨୭୭ ରନ କରି ନେଇଛି । ଏଥିସହ ମୁମ୍ବାଇକୁ ରେକର୍ଡ ୨୭୮ ରନର ଟାର୍ଗେଟ ମିଳିଛି ।

ମୁମ୍ବାଇ ଇଣ୍ଡିଆନ୍ସର ଯଶପ୍ରୀ ବୁମ୍ରାଙ୍କୁ ଛାଡ଼ି ଦେଲେ ଆଉ ସବୁ ବୋଲର ପ୍ରବଳ ରନ ଦେଇଛନ୍ତି । ବୁମ୍ରା ୪ ଓଭରରେ ୩୬ ରନ ଖର୍ଚ୍ଚ କରିଥିଲେ ହେଁ କୱେନା ମାଫାକା ୪ ଓଭରରେ ୬୬ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬ ରନ, ଗେରାଲ୍ଡ କୋଏଜି ୪ ଓଭରରେ ୫୭, ପୀୟୂଷ ଚାୱାଲା ୨ ଓଭରରେ ୩୪ ଓ ଶାମ୍ସ ମୁଲାନି ୨ ଓଭରରେ ୩୩ ରନ ଦେଇଛନ୍ତି ।