ବିଧାନ ସଭା ପ୍ରାର୍ଥୀନୀ ଅନୁସୁୟା ମାଝୀଙ୍କୁ ନେଇ ବିଜେଡି ଦଳର ସାମ୍ବାଦିକ ସମ୍ମିଳନୀ

0
265
ବରିଷ୍ଠ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୯/୦୩) : ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟ ରେ ରାୟଗଡ଼ା ଜିଲ୍ଲା ବରିଷ୍ଠ ବିଜେଡି ସଙ୍ଗଠକ ଶ୍ରୀ ଯୁକ୍ତ ୟେଲା କୋଣ୍ଡା ବାବୁଙ୍କ ନେତୃତ୍ୱରେ ବିଧାନସଭାକୁ ନେଇ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ବିଧାନ ସଭା ପ୍ରାର୍ଥୀନୀ ଅନୁସୁୟା ମାଝୀଙ୍କୁ ନେଇ ବିଜେଡି ଦଳର ସାମ୍ବାଦିକ ସମ୍ମିଳନୀ । ରାୟଗଡା ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀର ଗୁଣୁପୁର, ବିଷମକଟକ ନିର୍ବାଚନ ମଣ୍ଡଳୀରେ ପୁରୁଣା ପ୍ରାର୍ଥୀ ଙ୍କୁ ଆସ୍ଥା ପ୍ରକଟ କରିଥିବା ବେଳେ, ରାୟଗଡ଼ା ନିର୍ବାଚନ ମଣ୍ଡଳୀ କୁ ଗୋଟିଏ ନୂଆଁ ପ୍ରାର୍ଥୀନୀ ଶ୍ରୀ ମତୀ ଅନୁସୁୟା ମାଝୀଙ୍କ ନାମରେ ଦଳିୟ ସୁପ୍ରିମ ମୋହର ମାରିଛନ୍ତି । ଦିର୍ଘ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରୁ ପୁରୁଷ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ଚଳିତ ଥର ମହିଳା ପ୍ରାର୍ଥୀଙ୍କୁ ମୋହର ମାରି ଗୋଟିଏ ନୁଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । କୋରାପୁଟ ଲୋକ ସଭା ସାଂସଦ ପ୍ରାର୍ଥୀନୀ ଭାବେ ଶ୍ରୀ ମତୀ କୌସଲ୍ୟା ହିକକାଙ୍କୁ ମୋହର ମାରିଛନ୍ତି ।

ଏହି ସାମ୍ୱାଦିକ ସମ୍ମିଳନୀରେ ରାୟଗଡ଼ା ଜିଲ୍ଲା ବରିଷ୍ଠ ବିଜେଡ଼ି ସଙ୍ଗଠକ‌‌‌ ଶ୍ରୀଯୁକ୍ତ ୟେଲା କୋଣ୍ଡା ବାବୁ, ଆଇନ ଜିବି ତଥା ବରିଷ୍ଠ ବିଜେଡି ନେତା ବ୍ରଜ ସୁନ୍ଦର୍ ନାୟକ, ପୌର ଉପାଧ୍ୟକ୍ଷା ତଥା ବଶିଷ୍ଠ ଆଇନଜିବୀ ଶ୍ରୀମତି ସୁଭ୍ରା ପଣ୍ଡା, ବିରୋଜା ପାତ୍ର, ଆମ ଓଡ଼ିଶା ନବୀନ ଓଡ଼ିଶା କୋଡ଼ି ନେଟର ଜି.ଗୌରୀ ଶଙ୍କର, ଶ୍ରୀ କାଶୀ ନାଇଡୁଙ୍କ ସମେତ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳ କର୍ମୀ, ନେତା, ନେତ୍ରୀ, ଓ ଯୁବ ବିଜେଡ଼ିର ସକ୍ରିୟ ସଭ୍ୟ ମାନେ ଉପସ୍ଥିତ ଥିଲେ ।

ପୌର ପରିଷଦର କାଉନସିଲର ମାନଙ୍କ ଦ୍ଵାରା ଇସ୍ତଫା ପତ୍ର ପ୍ରଦାନ କରି ଏନ୍ ଭାସ୍କର ରାଓ ଯେଉଁଭଳି ରାୟଗଡ଼ ବାସୀଙ୍କ ମାନସିକ ଚାପ ପ୍ରୟୋଗ କରିବା ପାଇଁ ଚାହିଁଛନ୍ତି ଏଥିରେ ସେ କେବେ ମଧ୍ୟ ସଫଳ ହେବେ ନାହିଁ । ଆମେ ଆମର ବିଧାୟକ ଅନୂସୟା ମାଝୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଆଣି ଜୟଯୁକ୍ତ କରିବୁ ବୋଲି ଦୃଢ଼କ୍ତି ପ୍ରଦାନ କରିଛନ୍ତି । ଚଳିତ ବର୍ଷ ନିର୍ବାଚନ ବିରୋଧି ମାନଙ୍କୁ କୋଡା ଟକ୍କର ଦେବ ବୋଲି ଦମ୍ଭକ୍ତି ପ୍ରକାଶ କରିଛନ୍ତି ।